ଏସସିବି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନରେ ନୂଆ ମୋଡ : ଜୁନିଅର ଛାତ୍ରୀଙ୍କ ବିରୋଧରେ ସିନିଅର ଛାତ୍ରୀଙ୍କ ଏତଲା

21

କଟକ ବ୍ୟୁରୋ, କନକ ନ୍ୟୁଜ୍ : ତେଜୁଛି କଟକ ଏସସିବି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ । ସମାଧାନ ବାଟ ଖୋଜିବା ନେଇ ବସିଥିବା ତଦନ୍ତ କମିଟି ବୈଠକରେ ବାହାରି ପାରିଲାନି କୌଣସି ନିଷ୍କର୍ସ । ବୈଠକରେ ଏସସିବି ଅଧିକ୍ଷକ, ଅଧ୍ୟକ୍ଷ ଓ ନର୍ସିଂ ନିର୍ଦେଶକ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ତେବେ ଆନ୍ଦୋଳନରୁ ଓହରିଯିବା ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଛାତ୍ରୀମାନଙ୍କୁ ନିବେଦନ କରିଥିଲେ । ଅନ୍ୟପଟେ ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ ଏକ ନୂଆ ମୋଡ ନେଇଛି । ମୁହାଁମୁହିଁ ହୋଇଛନ୍ତି ସିନିଅର ଓ ଜୁନିଅର ନର୍ସିଂ ଛାତ୍ରୀ । ଆନ୍ଦୋଳନକାରୀଙ୍କ ବିରୋଧରେ ମଙ୍ଗଳବାଗ ଥାନାରେ ସିନିଅର ନର୍ସିଂ ଛାତ୍ରୀ ଅଭିଯୋଗ କରିଛନ୍ତି । ବିନା କାରଣରେ ଛାତ୍ରୀ ମାନେ ଆନ୍ଦୋଳନ କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି । ତେବେ ଆନ୍ଦୋଳନ ବେଳେ ଆଜି ଦୁଇ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଜୋରଜବରଦସ୍ତ ଛାତ୍ରୀଙ୍କୁ ହଷ୍ଟେଲ ଭିତରେ ମେଡିକାଲ କର୍ତୃପକ୍ଷ ତାଲା ପକାଇ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରୀ  ।