ଏସସିବି ନର୍ସିଂ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା : ୨୪ରେ ପୁଣି ଥରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବେ ଆନ୍ଦୋଳନକାରୀ

19

କଟକ ବ୍ୟୁରୋ,କନକ ନ୍ୟୁଜ୍ : ଏସସିବି ନର୍ସିଂ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା । ଆସନ୍ତା ୨୪ରେ ପୁଣି ଥରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବେ ନର୍ସିଂ ଛାତ୍ରୀ । କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ସେମାନେ ରାସ୍ତାକୁ ଓହ୍ଲାଇବାକୁ ଚେତବାନୀ ଦେଇଛନ୍ତି । ଅଧ୍ୟକ୍ଷଙ୍କ ବହିଷ୍କାର ଓ ବଦଳି ଦାବିରେ ସେମାନେ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନିଆଯିବାରୁ ସେମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।