୩ ଦଫା ଦାବି ନେଇ ନର୍ସଙ୍କ ବନ୍ଦ ଡାକରା : ଡାକ୍ତରଖାନାରେ ରୋଗୀ ସେବା ବ୍ୟାହତ ସମ୍ଭାବନା

15

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ପ୍ରତିଶୃତି ପୁଣି ପ୍ରତାରଣା ପାଲଟିଛି । ପୁଣି ଅସନ୍ତୋଷ ପ୍ରକାଶ କଲେ ନର୍ସିଂ ସଂଘ । ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଉଛି ସଂଘ । ବାରମ୍ବାର ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କର ଦାବି ଗ୍ରହଣ କରିବାକୁ ନାରାଜ । ୩ ଦଫା ଦାବି ନେଇ ନର୍ସିଂ ସଂଘ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

୩ ଦଫା ଦାବି ମଧ୍ୟରେ ରହିଛି ଗ୍ରେଡ ପେ ବୃଦ୍ଧି, ଚୁକ୍ତି ଭିତିକ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି ଓ ଏନଏଚଏମଙ୍କ ସ୍ଥାୟୀ ନିଯୁକ୍ତି । ଗତ ୨୭ରେ ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଆଲୋଚନାରେ କୌଣସି ସୁଫଳ ମିଳିନାହିଁ । ୩୦ଟି ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟବନ୍ଦ  ଆନ୍ଦୋଳନ ହେବେ ବୋଲି ସଂଘ ଚେତାବନୀ ଦେଇଛି ।