ଟ୍ରିଟମେଂଟ ବଦଳରେ ଟିକଟକ! ଡାକ୍ତରଖାନାରେ ଚିକିତ୍ସାଧୀନ ଶିଶୁକୁ ଧରି ଭିଡିଓ କଲେ ନର୍ସ, କାରଣ ଦର୍ଶାଅ ନୋଟିସ ଜାରି କଲେ ସିଡିଏମଓ

661

କନକ ବ୍ୟୁରୋ: ଟ୍ରିଟମେଂଟ ବେଳେ ଟିକଟକ କରିବା ନେଇ ଭିଡିଓ ଭାଇରାଲ ପରେ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସିଡିଏମଓ । ସାରା ଦେଶରେ ଏବେ ଟିକଟକକୁ ନେଇ ଯୁବପିଢୀଙ୍କ କ୍ରେଜ ଲାଗିରହିଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଟିକଟକକୁ ନେଇ ଆସିଛି ଏକ ଅଭାବନୀୟ ଚିତ୍ର । ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଏସଏନସିୟୁରେ ଡ୍ୟୁଟିରେ ଥିବା ନର୍ସ ମାନେ ଏସଏସସିୟୁ ଭିତରେ ଥିବା ଟିକଟକରେ ଅପଲୋଡ କରିଛନ୍ତି ।

୩ ଜଣ ନର୍ସଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଛି । ଚିକିତ୍ସାଧୀନ ଥିବା କୁନି ପିଲାଙ୍କୁ ଧରି ଭିଡିଓ କରିବା ମନୋରଂଜନ କରିଛନ୍ତି ଡ୍ୟୁଟିରେ ଥିବା ନର୍ସ ମାନେ । ପୃଷ୍ଟିହୀନ ଏବଂ ଗୁରୁତର ଶିଶୁ ଏସଏନସିୟୁରେ ଚିକିତ୍ସା କରାଯାଇଥାଏ । ଏବଂ ସେଠାରେ ଦିନ ରାତି ନର୍ସ ମାନେ ଡ୍ୟୁଟି କରିଥାନ୍ତି । ତେବେ ଡ୍ୟୁଟି ଛାଡି ଟ୍ରିଟମେଂଟ ବଦଳରେ ଟିକଟକ କରିବା କେତେଦର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି ।