ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ଦୁର୍ଘଟଣାରେ ଆହତ ବ୍ୟକ୍ତି, ସେପଟେ ନୂଆ ବର୍ଷର ସେଲିବ୍ରେସନରେ ମାତିଥିଲେ ନର୍ସ

134

ଲାଗୁଛି କି ମଧ୍ୟ ପ୍ରଦେଶର କର୍ମଚାରୀଙ୍କୁ ନୂଆ ସରକାରଙ୍କ ଡର ନାହିଁ । ଏମିତି ଏକ ଘଟଣା ଭୋପାଳର ନିମଚର ଜିଲ୍ଲା ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ଟ୍ରାକ୍ଟର ଓଲଟିବା କାରଣରୁ ୩ ମହିଳାଙ୍କ ମୃତ୍ୟୁ ଓ ଦୁର୍ଘଟଣାରେ ପାଖାପାଖି ୧୨ଜଣରୁ ଅଧିକ ଆହତଙ୍କ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ନିଆଗଲା । ଏହା ବିଷୟରେ ଚିକିତ୍ସାଳୟର କର୍ମଚାରୀଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା । କର୍ମଚାରୀଙ୍କୁ କୁହାଯାଇଥିଲା କି ଆହତଙ୍କୁ ତୁରନ୍ତ ଚିକିତ୍ସା ଉପଲବ୍ଧ କରାଇବା ପାଇଁ କିନ୍ତୁ କର୍ମଚାରୀମାନେ ଅବହେଳା କଲେ । ଏପଟେ ରୋଗୀ ହସପିଟାଲକୁ ଆସୁଥିଲେ, ସେପଟେ ହସପିଟାଲର ଷ୍ଟୋର ରୁମରେ ନୂଆ ବର୍ଷ ପାଳନ କରୁଥିଲେ ।

ଦୁର୍ଘଟଣାରେ ଆହତ ବ୍ୟକ୍ତି ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏବଂ ନର୍ସ ନୂଆ ବର୍ଷର ସେଲିବ୍ରେସନରେ ମାତିଥିଲେ । ନର୍ସମାନେ ସେତେବେଳେ ସେଲିବ୍ରେସନରେ ମାତିଥିଲେ, ଯେତେବେଳେ ୩ଜଣ ମହିଳା ନିଜର ଜୀବନ ହାରି ସାରିଥିଲେ ଓ ଅନ୍ୟ ମାନେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଗ୍ରାମ କରୁଥିଲେ । ଅଧିକାରୀମାନେ ଏହି ମାମଲା ଉପରେ ଯାଂଚର ଆଦେଶ ଦେଇଛନ୍ତି ଓ ଦାୟିତ୍ୱ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଆଶ୍ୱାସନା ଦେଇଛନ୍ତି । ଅବହେଳା କରିବାକୁ ନେଇ ୨ଜଣ ଷ୍ଟାଫ ନର୍ସଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି ।