କାର୍ଯ୍ୟରତ ନର୍ସଙ୍କୁ ଆକ୍ରମଣ ପ୍ରତିବାଦରେ ବଲାଙ୍ଗୀରରେ ପାରା ମେଡିକାଲ୍ ଷ୍ଟାଫ୍ ଓ ନର୍ସଙ୍କ ଧାରଣା । ରୋଗୀ ସେବା ଠପ୍ ।

119

କନକ ବ୍ୟୁରୋ : ବଲାଙ୍ଗୀର ମେଡିକାଲ୍ କଲେଜରେ ରୋଗୀ ସେବା ଠପ୍ । ପାରା ମେଡିକାଲ ଷ୍ଟାଫ୍ ଓ ନର୍ସ ଧାରଣାରେ ବସିଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

ଗତ ଜୁନ୍ ମାସ ୨୬ ତାରିଖରେ ଜଣେ କାର୍ଯ୍ୟରତ ନର୍ସଙ୍କୁ ରୋଗୀଙ୍କ ସଂପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯେଉଁଥିପାଇଁ ଆଜି ନର୍ସ ମାନେ ମେଡିକାଲ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ନର୍ସଙ୍କ ଧାରଣା ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।