ନର୍ସ ନିହାରୀକା ମୃତ୍ୟୁ ମାମଲାରେ ଏବେ ବି ପୋଲିସର ହାତ ଖାଲି : ଘଟଣାର ତଦନ୍ତ କରୁଛି ୬ ଜଣିଆ ଟିମ୍, ହତ୍ୟାକାରୀ କିଏ ବଢୁଛି ସସପେନ୍ସ ?

519

କନକ ବ୍ୟୁରୋ : ନର୍ସ ନିହାରୀକା ହତ୍ୟାକାଣ୍ଡ ମାମଲାରେ ଏବେ ବି ପୁଲିସର ହାତ ଖାଲି । ତଦନ୍ତ ପାଇଁ ୪ ଜଣିଆ ଟିମ ଗଠନ କରାଯାଇଥିବା ବେଳେ ଯାଏଁ ହତ୍ୟାକାରୀର ଟେର ପାଇନି ପୁଲିସ । ସେପଟେ ପାଣି ଭିତରେ ଅଧିକାଂଶ ସମୟ ରହିଥିବାରୁ ମୃତଦେହ ଚିହ୍ନଟ ପାଇଁ ନିହାରୀକାଙ୍କ ବାପା ମାଙ୍କ ଡିଏନଏ ଟେଷ୍ଟ କରାଯିବ । ତେବେ ନିହାରୀକାଙ୍କ ମା ସେଇ ମୃତଦେହଟି ତାଙ୍କର ଝିଅ ବୋଲି କହିଛନ୍ତି । ହତ୍ୟା ପଛରେ ନିହାରୀକାଙ୍କ ପୁରୁଷ ବନ୍ଧୁ ରାଜାର ହାତ ଥିବା ସନ୍ଦେହ କରାଯାଉଛି । ରାଜାର ବାପା, ଭାଇ ଓ ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଅଲଗା ଅଲଗା ରଖଯାଇ ଏମାନଙ୍କୁ ପରାଉଚରା କରାଯାଉଛି ।

ସେପଟେ ରାଜାର ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ । ରାଜାର ଫୋନ ଟ୍ରାକିଂ କରିବାକୁ ଉଦ୍ୟମ କରାଯାଉଛି । ନର୍ସ ନିହାରୀକାଙ୍କ ସିସିଟିଭି ଚିତ୍ର ହସ୍ତଗତ ହେବା ପରେ ପୁଲିସ ତଦନ୍ତକୁ ଅଧିକ ତ୍ୱରାନିତ କରିଥିଲା । ସିସିଟିଭି ଫୁଟେଜ ଅନୁଯାୟୀ, ଗତ ୮ ତାରିଖ ଅପରାହ୍ନ ୪ଟାରେ ସେ ହସ୍ପିଟାଲରୁ ବାହାରିଥିଲେ । ହସ୍ପିଟାଲ ସମ୍ମୁଖରେ ରାଜା ଏକ ବାଇକରେ ତାଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । କଟକର ଏକ ନର୍ସଂହୋମରେ ନିହାରିକା ନର୍ସ ଭାବେ କାର୍ଯ୍ୟରତ ଥିଲେ । ସେ ଗତ କିଛି ଦିନ ହେଲା ନିଖୋଜ ଥିଲେ । ପରିବାର ଲୋକ ଚାରିଆଡେ ଖୋଜାଖୋଜି କରିବା ପରେ ମଧ୍ୟ ପାଉନଥିଲେ । ଏନେଇ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଜଗତସିଂହପୁର କୂଳକଇଜଙ୍ଗା ନିକଟସ୍ଥ ବିଲୁଆଖାଇ ନଦୀରୁ ନିହାରିକାଙ୍କ ମୃତଦେହ ମିଳିଥିଲା ।