ହିନ୍ଦୀରେ ପରୀକ୍ଷା ଦେଇ ହୋଇପାରୁନାହାଁନ୍ତି IAS-IPS ଅଧିକାରୀ, ବର୍ଷ ୨୦୧୮ରେ ମାତ୍ର ୮ପାସ୍ କରିଥିଲେ UPSC

109

ନିକଟରେ କିଛି ବର୍ଷରେ ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ଦ୍ୱାରା ଆୟୋଜିତ ହେଉଥିବା ସିଭିଲ ସର୍ଭିସ ପରୀକ୍ଷାକୁ ପାସ କରୁଥିବା ହିନ୍ଦୀ ମିଡିୟମ ପରୀକ୍ଷାର୍ଥୀଙ୍କ ସଂଖ୍ୟାରେ ବହୁତ ହ୍ରାସ ହେଉଥିବା ଦେଖାଯାଉଛି । ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ ଟ୍ରେନିଙ୍ଗ ନେଉଥିବା ୩୭୦ ଅଧିକାରୀଙ୍କ ମଧ୍ୟରୁ ମାତ୍ର ୮ ସିଭିଲ ସର୍ଭିସ ପରୀକ୍ଷା ହିନ୍ଦୀରେ ଦେଇଥିଲେ । ସେଇଠି ବର୍ଷ ୨୦୧୩ରେ ୨୦୨ ମଧ୍ୟରୁ ୪୮ ପରୀକ୍ଷାର୍ଥୀ ହିନ୍ଦୀରେ ପରୀକ୍ଷା ପାସ କରିଥିଲେ ।

ଋିପୋର୍ଟ ଅନୁସାରେ, ବର୍ଷ ୨୦୧୩ ପରେ ହିଁ ହିନ୍ଦୀରେ ସିଭିଲ ସର୍ଭିସ ପରୀକ୍ଷା ପାସ କରୁଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟାରେ ହ୍ରାସ ହୋଇଥିବା ଦେଖାଯାଇଛି । ଏହା କେବଳ ହିନ୍ଦୀରେ ପରୀକ୍ଷା ଦେବା ପର୍ଯ୍ୟନ୍ତ ସୀମିତ ନୁହେଁ । ସିଭିଲ ସର୍ଭିସରେ ଚୟନ ହୋଇଥିବା ହିନ୍ଦୀ ମିଡିୟମ ସ୍କୁଲ ଓ ୟୁନିଭର୍ସିଟିରୁ ପଢ଼ିଥିବା ପ୍ରାର୍ଥୀଙ୍କ ସଂଖ୍ୟା ବି ବହୁତ କମିଯାଇଛି । ଏହାର ଠିକ୍ ଓଲଟା, ଡାଟା ମୁତାବକ, ଇଂରାଜୀ ମାଧ୍ୟମକୁ ବାଛୁଥିବା ଛାତ୍ରମାନଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ଦେଖାଦେଇଛି ।

LBNSAAର ୱେବସାଇଟରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ସୂଚୀକୁ ବିଶ୍ଲେଷଣ କରିବା ପରେ ଜଣାପଡିଲା କି, ୨୦୧୩ ହିନ୍ଦୀ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାରସ କରିଥିବା ୧୭ ପ୍ରତିଶତ ଥିଲେ । ବର୍ଷ ୨୦୧୪ରେ ଏହି ଆକଳନ ୨.୧୧% ଥିଲା, ୨୦୧୫ରେ ୪.୨୮% ଥିଲା, ୨୦୧୬ରେ ୩.୪୫% ଓ ୨୦୧୭ରେ ୪.୦୬% ଥିଲା । ହିନ୍ଦୀ ମିଡିୟମରୁ ୨୦୧୮ରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ମାତ୍ର ୨.୧୬% । ଏମିତି ହିନ୍ଦୀ ମିଡିୟମ ପ୍ରାର୍ଥୀଙ୍କ ସଂଖ୍ୟା କମ୍ ହେବା ୨୦୧୧ ପରେ ଆରମ୍ଭ ହୋଇଯାଇଥିଲା । ସେହି ବର୍ଷ ସରକାର ସିସେଟ୍ ଆଣିବାର ଘୋଷଣା କରିଥିଲେ । ଏହାପରେ ବର୍ଷ ୨୦୧୩ରେ ସିଭିଲ ସର୍ଭିସ ମେନ୍ ପରୀକ୍ଷାରେ ପରିବର୍ତ୍ତନ କରାଯାଇଥିଲା । ଦୁଇ ବିକଳ୍ପ ବିଷୟ ବଦଳରେ ଗୋଟିଏ ବିଷୟକୁ ବିକଳ୍ପ ଭାବେ ବାଛିପାରିବେ ।