ଆରମ୍ଭ ହେଲା ଅପରେସନ୍ କ୍ଲିନ୍-୭ ! ନମ୍ବର ବଦଳରେ ନମ୍ବରପ୍ଲେଟରେ ଲେଖାଥିଲା ଜାତିର ନାଁ , ପୋଲିସ୍ ବାବୁ କାଟିନେଲେ ୧୪୫୭ ଟଙ୍କାର ଜରିମାନା ।

611

ନୋଏଡାରେ ଆରମ୍ଭ ହୋଇଯାଇଛି ଅପରେସନ୍ କ୍ଲିନ୍-୭ । ଏକୌଣସି ହସପିଟାଲ୍ କିମ୍ବା ସୀମାରେ ନୁହଁ ବରଂ ଟ୍ରାଫିକ୍ ସୁରକ୍ଷାକୁ ନଜରରେ ରଖି କରାଯାଉଛି । ଦସ୍ତାବିଜ୍ ,ହେଲମେଟ୍ ଏବଂ ନମ୍ବର ପ୍ଲେଟ୍ ରେ ଠିକ୍ ଠାକ୍ ନଥିଲେ ଚାଲାଣ କାଟି ନେଉଛନ୍ତି ପୋଲିସ୍ ବାବୁ । ଆଜିକାଲି କିଛି ଲୋକ ନିଜ ଜାତିକୁ ପରିପ୍ରକାଶ କରିବା ପାଇଁ ଗାଡିର ନମ୍ବରପ୍ଲେଟରେ ଜାତିର ନାଁ ଏବଂ କେହି କେହି ଅନ୍ୟ କିଛି ଲେଖୁଛନ୍ତି । ଏହି ଅପରେସନ୍ କ୍ଲିନ୍-୭ ସେଭଳି ଲୋକଙ୍କୁ ସାବାଡ କରିବା ଭଳି କାମ କରିବ ଯେଉଁମାନେ ନମ୍ବରପ୍ଲେଟ୍ ରେ ଏଭଳି କିମ୍ଭୁତ କିମ୍ଭାକାର କାରନାମା କରିଥାନ୍ତି । ରବିବାର ସନ୍ଧ୍ୟା ୬.୩୦ ସମୟରୁ ରାତି ୧୦ ପର୍ଯ୍ୟନ୍ତ ଏହି ଜାଞ୍ଚ୍ ଅଭିଯାନ ଆରମ୍ଭ ହୋଇଥିଲା । ଏହି ସମୟରେ ପାଖାପାଖି ୧୪୫୭ ଟି ବାହନର ନମ୍ବରପ୍ଲେଟ୍ ରେ ଜାତି ନାଁ ଲେଖାହୋଇଥିବା ଦେଖିବାକୁ ମିଳିଥିଲା । ମଜା କଥା ହେଉଛି ପୋଲିସ୍ ବାବୁମାନେ ପଥର , ଗୋଡିରେ ଗାଡିରୁ ଏହି ନାଁକୁ ଖୋଳିଖୋଳି ଲିଭାଇଥିଲେ । ଏହି ସମୟରେ ୬୨ ଟି ବାହନ ସିଜ୍ କରାଗଲା ଏବଂ ୫୬୧ ଟି ବାହନର ଚାଲାଣ କଟାଗଲା ।

ନମ୍ବର ପ୍ଲେଟ୍ ରେ ନମ୍ବର ସହ ଲେଖାହୋଇଥିଲା ଗୁର୍ଜର,ଠାକୁର ଏବଂ ବ୍ରାହ୍ମଣ :

ଯେଉଁ ଗାଡିର ନମ୍ବର ପ୍ଲେଟ୍ ରେ ଗୁର୍ଜର,ଠାକୁର,ବ୍ରାହ୍ମଣ ଏବଂ ଅନ୍ୟ ଶବ୍ଦର ପ୍ରୟୋଗ ହୋଇଥିଲା ସେ ସବୁ ଗାଡିର ଚାଲାଣ କରାଗଲା ଏବଂ ତାଗିଦ୍ ବି କରାଗଲା ଯଦି ଆଗକୁ ଏମିତି ହୁଏ ତେବେ ଗାଡି ସିଜ୍ କରାଯିବ ।