ସାତ ବର୍ଷରେ ଆମେରିକାରେ ବଢିଛି ଭାରତୀୟଙ୍କ ସଂଖ୍ୟା : ବେଆଇନ ଭାବେ ରହୁଥିବା ଭାରତୀୟଙ୍କ ସଂଖ୍ୟାରେ ୭୮% ବୃଦ୍ଧି

129

ଆମେରିକାରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୨୦୨୦ରୁ ୨୦୧୭ ମସିହା ମଧ୍ୟରେ ୩୮ ପ୍ରତିଶତ ବୃଦ୍ଧି ପାଇଛି । ସାଉଥ ଏସିଆନ ଆମେରିକାନ ଲିଡିଙ୍ଗ ଟୁଗେଦର ନାମକ ଏକ ସଂଗଠନ ଏହା ଦାବି କରିଛି । ଏହି ରିପୋର୍ଟ ଅନୁସାରେ ବର୍ତ୍ତମାନ ଆମେରିକାରେ ୪୪ ଲକ୍ଷ ଭାରତୀୟ ବାସ କରୁଛନ୍ତି । ୨୦୧୦ ମସିହାରେ ୩୧ ଲକ୍ଷ ଭାରତୀୟ ଥିଲେ, ଯାହାକି ୩୮ ପ୍ରତିଶତ କମ ଥିଲା ।

ସେହିପରି ଅନୈତିକ ଭାବେ ଭାରତୀୟଙ୍କ ସଂଖ୍ୟା ୨୦୧୦ ମସିହାରୁ ୭୨ ପ୍ରତିଶତ ବଢି ୬ ଲକ୍ଷ ୩୦ ହଜାରରେ ପହଂଚିଯାଇଛି । ଭିସା ଅବଧି ସରିଯାଇଥିଲେ ବି ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଏହି ସଂଗଠନ କହିଛି । ୨୦୧୬ ମସିହାରେ ୨ ଲକ୍ଷ ୫୦ ହଜାର ଭାରତୀୟ ଭିସା ସରିଯିବା ପରେ ବି ରହୁଥିଲେ । ବିଶେଷ କରି ଦକ୍ଷିଣ ଏସିଆରୁ ଅଧିକ ସଂଖ୍ୟାରେ ଲୋକ ଆମେରିକା ଆସୁଛନ୍ତି । ୨୦୧୦ରୁ ଏହି ସଂଖ୍ୟା ୩୫ ଲକ୍ଷ ବଢି ୨୦୧୭ ରେ ୫୪ ଲକ୍ଷରେ ପହଂଚିଛି ।

ଏହି ରିପୋର୍ଟ ଅନୁସାରେ ୨୦୧୦ ମସିହାରୁ ନେପାଳ ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୬ ପ୍ରତିଶତ ବଢିଛି । ସେହିପରି ଭାରତୀୟଙ୍କ ସଂଖ୍ୟା ୩୮ ପ୍ରତିଶତ, ଭୁଟାନର ଲୋକଙ୍କ ସଂଖ୍ୟା ୩୮ ପ୍ରତିଶତ, ପାକିସ୍ଥାନର ଲୋକଙ୍କ ସଂଖ୍ୟା ୩୩ ପ୍ରତିଶତ, ବଙ୍ଗଳାଦେଶର ଲୋକଙ୍କ ସଂଖ୍ୟା ୨୬ ପ୍ରତିଶତ ଓ ଶ୍ରୀଲଙ୍କାର ଲୋକଙ୍କ ସଂଖ୍ୟା ୧୫ ପ୍ରତିଶତ ବଢିଛି । ୟୁଏସ ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ ୨୦୧୭ ମସିହାରେ ୩୦୧୩ ଦକ୍ଷିଣ ଏସିଆର ଲୋକଙ୍କୁ ଗିରଫ କରିଛି ।