କାହା ହାତରେ ରହିଛି ଧ୍ୱଂସକାରୀ ବମର ସିକ୍ରେଟ କୋର୍ଡ ! ଖାଲି ଟ୍ରମ୍ପ କିମ୍ବା କିମ ନୁହଁନ୍ତି, ଜାଣନ୍ତୁ ପରମାଣୁ ବମର ସିକ୍ରେଟ କୋର୍ଡ ଜାଣିଥିବା ମୁଖିଆଙ୍କ ପୂରା ତାଲିକା

54

ପରମାଣୁ ଆକ୍ରମଣ ନେଇ ଏବେ ପୂରା ବିଶ୍ୱବାସୀ ଆତଙ୍କିତ । ଉତ୍ତର କୋରିଆ- ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ଯେ କେତେବେଳେ ପରମାଣୁ ଯୁଦ୍ଧରେ ପରିଣତ ହୋଇଯିବ ତାହା କହିବା ମୁସ୍କିଲ । ଏପରିକି ଦୁହେଁ ଦୁହିଁଙ୍କୁ ପରମାଣୁ ଆକ୍ରମଣ ନେଇ ଧମକ ମଧ୍ୟ ଦେଇ ସାରିଲେଣି । କେତେବେଳେ ଉତ୍ତର କୋରିଆ ଟେବୁଲ ତଳେ ପରମାଣୁ ବଟନ ଅଛି କହି ଆମେରିକାକୁ ଡରାଉଛି ତ ପୁଣି କେତେବେଳେ ଆମେରିକା ଧୂଳିରେ ମିଶାଇ ଦେବାକୁ ଉତ୍ତରକୋରିଆକୁ ଧମକ ଦେଉଛି । ତେବେ ଏଭଳି ସ୍ଥିତିରେ ବିଶ୍ୱର ପରମାଣୁ ସମ୍ପନ୍ନ ଦେଶରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ତେଣୁ ଅଧିକାଂଶ ପରମାଣୁ ସମ୍ପନ୍ନ ରାଷ୍ଟ୍ର ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ।

ଏବେ ବିଶ୍ୱର ୯ଟି ଦେଶ ପାଖରେ ପରମାଣୁ ଅସ୍ତ୍ର ରହିଛି । ଭାରତ, ଆମେରିକା, ଚୀନ, ରଷ, ଇସ୍ରାଏଲ, ଫ୍ରାନ୍ସ, ଇଂଲଣ୍ଡ ଓ ଉତ୍ତର କୋରିଆ ଭଳି ରାଷ୍ଟ୍ର ପାଖରେ ପରମାଣୁ ଅସ୍ତ୍ର ରହିଛି । ଏହି ସବୁ ଦେଶର ରାଷ୍ଟ୍ର ମୁଖିଆଙ୍କ ନିକଟରେ ପରମାଣୁ ଅସ୍ତ୍ରର ସିକ୍ରେଟ କୋର୍ଡ ରହିଛି । ଏହି ସିକ୍ରେଟ କୋର୍ଡ ଥରେ ପ୍ରେସ କରିବା ମାତ୍ରେ ପୂରା ବିଶ୍ୱ ଧ୍ୱଂସ ଆଡକୁ ଚାଲିଯିବ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଓ ରଷର ରାଷ୍ଟ୍ରପତି ନିଜ ଦେଶ ପାଇଁ ଏହି ସିକ୍ରେଟ କୋର୍ଡକୁ ବିକଶିତ କରିଥିଲେ । ଯାହାଦ୍ୱାରା ଯେ କୌଣସି ମୁହୂର୍ତ୍ତରେ ରାଷ୍ଟ୍ରମୁଖ୍ୟଙ୍କ ଗୋଟିଏ ନିର୍ଦ୍ଦେଶରେ ପରମାଣୁ ଆକ୍ରମଣ କରାଯାଇପାରିବ ।

ପରମାଣୁ ଆକ୍ରମଣରେ ଯେପରି ଡେରି ନ ହୁଏ ସେଥିପାଇଁ ଏହି ସିକ୍ରେଟ କୋର୍ଡ କମାଣ୍ଡକୁ ବିକଶିତ କରାଯାଇଛି । ରାଷ୍ଟ୍ରମୁଖ୍ୟ ଯେଉଁଠି ବି ଥାଆନ୍ତୁ ନା କାହିଁକି ମାତ୍ର ଗୋଟିଏ ନିର୍ଦ୍ଦେଶରେ ଶତ୍ରୁ ରାଷ୍ଟ୍ର ଉପରେ କ୍ଷଣିକରେ ଆକ୍ରମଣ କରିବାରେ ସକ୍ଷମ ହୋଇପାରିବେ । ଏହି କମାଣ୍ଡ ବ୍ୟବସ୍ଥାକୁ ଏତେ ଗୋପନ ରଖାଯାଇଥାଏ । କେବଳ ରାଷ୍ଟ୍ରମୁଖ୍ୟ, ସେନା ମୁଖ୍ୟ ଓ ରକ୍ଷା ବିଭାଗର ପ୍ରମୁଖଙ୍କୁ ଏହି ସିକ୍ରେଟ କମାଣ୍ଡ ଜଣା ଥାଏ । ଭାରତ ପାଖରେ ମଧ୍ୟ ଏହି ସିକ୍ରେଟ କମାଣ୍ଡ କୋର୍ଡ ରହିଛି । ଏହାର ସିକ୍ରେଟ କୋର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ରହିଛି ।