ନୂଆପଡାରେ ହେବନି ଏନଏସି ନିର୍ବାଚନ ! ୱାର୍ଡ ସଂରକ୍ଷିତ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ରହିତାଦେଶ 

31

କନକ ବ୍ୟୁରୋ : ନୂଆପଡାରେ ହେବନି ଏନଏସି ନିର୍ବାଚନ । ଆସନ୍ତା ଏପ୍ରିଲରେ ନୂଆପଡାରେ ହେବାକୁ ଥିବା ବିଜ୍ଞାପତି ଅଂଚଳ ପରିଷଦ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ନୂଆପଡା ଏନଏସି ନିର୍ବାଚନ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ନୂଆପଡା ଏନଏସିରେ ଥିବା ୱାର୍ଡ ସଂରକ୍ଷିତ ଆବେଦନ ଉପରେ ଶୁଣାଣି କରି କୋର୍ଟ ରୋକ ଲଗାଇଛନ୍ତି । ଆସନ୍ତା ସୋମବାର ମାମଲାର ପରବର୍ତୀ ଶୁଣାଣି କରାଯିବ । ଏପ୍ରିଲ ୧୨ରେ ନୂଆପଡା,ହିନ୍ଦୋଳ, ଓ ଅତାବିରା ଏନଏସିର କାର୍ଯ୍ୟକାଳ ଶେଷ ହେଉଛି । ଏଥିପାଇଁ ଆସନ୍ତା ୩ରେ ନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା  ।