ନୂଆପଡା ଗୋର୍ଲା-କରଲା ଖମାର ରାସ୍ତାରେ ଦୁଃଖଦ ଘଟଣା ! ଗଛ ପକାଇ ରାସ୍ତା ଅବରୋଧ କରିଥିବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶର୍ରେ ଆସି ଜଳିଗଲେ ନୀରିିହ ବାଟୋଇ

41

କନକ ବ୍ୟୁରୋ : ଦିନକୁ ଦିନ ବଢ଼ିଚାଲିଛି ମାଓବାଦୀଙ୍କ ବର୍ବରତା । ଆଉ ଏଥିପାଇଁ ସାଧାରଣ ଲୋକେ ଅଧିକ ଅସୁବିଧାର ସମ୍ମୁଥୀନ ହେଉଛନ୍ତି । ମାଓବାଦୀଙ୍କ ଉନ୍ମତକାଣ୍ଡ । ଗଛ ପକାଇ ରାସ୍ତା ଅବରୋଧ କରିଥିବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ଜଣେ ନୀରିିହ ବାଟୋଇ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ଗୋର୍ଲା-କରଲା ଖମାର ରାସ୍ତାରେ ଘଟିଛି ଏହି ଦୁଃଖଦ ଘଟଣା ।

ସୂଚନା ଅନୁଯାୟୀ ବାଟୋଇ ଜଣକ ସାଇକେଲରେ ଯାଉଥିବା ସମୟରେ ଅଚାନକ କରେଂଟ ଲାଗିଯାଇଥିଲା । ଆଉ ତାପରେ ଜୀବନ୍ତ ଜଳିଯାଇଛି । ଘଟଣାସ୍ଥଳରୁ ମାଓ ପୋଷ୍ଟର ମିଳିଛି । ନୂଆପଡା ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ସୁମିତ୍ରା ଧରୁଆ ଓ ମକରନ୍ ପହରିଆକୁ ତୁରନ୍ତ ଛାଡିବା ପାଇଁ ପୋଷ୍ଟରରେ ଦାବି କରାଯାଇଛି । ନୂଆପଡା ମେଞ୍ଜପୁର ସିପିଆଇ ମାଓବାଦୀ ପକ୍ଷରୁ ଏହି ଦାବି କରାଯାଇଛି ।