ମଧ୍ୟାହ୍ନ ଭୋଜନ ଖାଇଲେ ନୂଆପଡା ଜିଲ୍ଲାପାଳ : ଖରିଆର ଚନାବେଡା ସେବାଶ୍ରମରେ ମଧ୍ୟାହ୍ନ ଭୋଜନ ସ୍ଥିତି ପରଖିଲେ ଡକ୍ଟର ପୋମ୍ମା ଟୁଡୁ, ଖାଦ୍ୟର ମାନ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନୋଟିସ୍

48

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନ ଚାଖିଲେ ନୂଆପଡା ଜିଲ୍ଲାପାଳ । ଖରିଆର ବ୍ଲକ ଚନାବେଡା ସେବାଶ୍ରମରେ ମଧ୍ୟାହ୍ନ ଭୋଜନ ସ୍ଥିତି ପରଖିଲେ ଡକ୍ଟର ପୋମ୍ମା ଟୁଡୁ । ଜିଲ୍ଲାପାଳ ହଠାତ୍ ସେବାଶ୍ରମରେ ପହଂଚି ଯାଇଥିଲେ । ସେଠାରେ ପିଲାଙ୍କ ପାଇଁ ରୋଷେଇ ହୋଇଥିବା ଖାଦ୍ୟକୁ ନିଜେ ଖାଇଥିଲେ ପୋମା ଟୁଡୁ । ତେବେ ଖାଦ୍ୟରୁ ମାନ୍ନକୁ ନେଇ ଜିଲ୍ଲାପାଳ ଟିକେ ନାରାଜ ଥିବା ଭଳି ଜଣାପଡିଛି । ସେବାଶ୍ରମର ଅନ୍ତେବାସୀଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଓ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଶିକ୍ଷକଙ୍କୁ ନୋଟିସ୍ କରିଛନ୍ତି ଜିଲ୍ଲାପାଳ ।

ସୂଚନାଯୋଗ୍ୟ ମଧ୍ୟାହ୍ନ ଭୋଜନର ମାନ ପରଖିବା ପାଇଁ ଜିଲ୍ଲାପାଳ ନିଜେ ଖାଦ୍ୟ ଚାଖିଥିଲେ । ତେବେ ଖାଦ୍ୟର ମାନରେ ସେ ସନ୍ତୁଷ୍ଟ ନଥିବା କଥା ଜଣାପଡ଼ିଛି । ସମସ୍ତ ସ୍ଥିତି ପରିଖିବା ସହ ସ୍ୱଚ୍ଚତା ଉପରେ ମଧ୍ୟ ଧ୍ୟାନ ଦେବା ପାଇଁ ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।