ମଦ ଦୋକାନ ବିରୋଧରେ ତେଜିଲେ ମହିଳା : ନୂଆପଡା କୁର୍ଲୁମୁଣ୍ଡାରେ ଚୋରାରେ ମଦ ବିକ୍ରି କରୁଥିବା ଦୋକାନକୁ ଠେଲାଗାଡିରେ ବୋହିନେଲେ, ପୋଲିସ ଜିମା ଦେଲେ

35

କନକ ବ୍ୟୁରୋ : ମଦ ବିରୋଧରେ ତେଜିଲେ ନୂଆପଡା ଜିଲ୍ଳା ଖରିଆର ରୋଡ୍ ୱାର୍ଡ ନଂ-୭ କୁର୍ଲୁମୁଣ୍ଡାର ମହିଳା । ଏଠାରେ ବେଆଇନ ଭାବେ ଚାଲିଥିବା ଏକ ଚୋରା ମଦ ଦୋକାନକୁ ଠେଲାଗାଡିରେ ଲଦି ଟାଣି ଟାଣି ନେଇ ପୋଲିସ ଜିମା ଦେଇଛନ୍ତି ।

ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । କୁର୍ଲୁମୁଣ୍ଡାର ମହିଳାମାନେ ଅଭିଯୋଗ କରିଛନ୍ତିି ଯେ ମଦ କାରବାର ଯୋଗୁଁ ମଦୁଆମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାଟରେ ଯାଉଥିବା ମହିଳାଙ୍କୁ କମେଂଟ ମାରୁଛନ୍ତି । ମଦ ପିଇ ଲୋକେ ସର୍ବସ୍ୱାନ୍ତ ହେଉଥିବାବେଳେ ଛାତ୍ରଛାତ୍ରୀମାନଙ୍କ ଉପରେ ଖରାପ ପ୍ରଭାବ ପଡୁଛି । ବେଆଇନ ମଦ ବିକ୍ରି କରୁଥିିବା ବିକ୍ରେତାଙ୍କୁ ଚେତାବନୀ ଦେବା ସହ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ତଥାପି ମଦ ବିକ୍ରି ବନ୍ଦ୍ ହୋଇନଥିଲା । ଶେଷରେ ଗତକାଲି ମହିଳାମାନେ ଦୋକାନରେ ଥିବା କିଛି ମଦ ଜବତ କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ନଶୁଣିବାରୁ ବାଧ୍ୟ ହୋଇ ସେମାନେ ମଦ ବିକ୍ରି କରାଯାଉଥିବା ଦୋକାନକୁ ଠେଲାଗାଡିରେ ଲଦି ଥାନାକୁ ନେଇଥିଲେ ।