ଗାଁ ଝୁରିଲା ମାଆ ଝୁରିଲା : ଅନ୍ତିମ ବିଦାୟ ନେଲେ ସହିଦ ପୀତବାସ ମାଝୀ

48

କନକ ବ୍ୟୁରୋ : ଉରି ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ବିଚଳିତ କରିଛି । ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ପାନେ ଦେବାକୁ ଭାରତ ସଜବାଜ ହେଉଛି । ଏଭଳି ଏକ ଯୁଦ୍ଧର ଚର୍ଚା ଚାଲିଥିବା ବେଳେ ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଓଡିଆ ଯବାନ ପିତବାସ ମାଝି ।

ଗତ ୨୨ ତାରିଖ ରାତିରେ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ସେ ପ୍ରାଣ ହରାଇଛନ୍ତି । ଆଜି ତାଙ୍କ ମୃତଦେହ ପହଁଚିଥିଲା ଜନ୍ମମାଟି ନୂଆପଡା ଜିଲ୍ଲା କୋମନା ବ୍ଲକର ଦାନୋଝୋଲା ଗାଁରେ। ଆଉ ତୋପ ସଲାମୀ ସହ ସହିଦ ପିତବାସଙ୍କୁ ଦିଆଯାଇଥିଲା ଅନ୍ତିମ ବିଦାୟ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –