ନୂଆଖାଇ ପାଇଁ ବାହାରିଲା ଲଗ୍ନ : ସକାଳ ୯. ୦୫ ରୁ ୯.୧୯ ମଧ୍ୟରେ ମା’ଙ୍କଠାରେ ଲାଗି ହେବ ନବାନ୍ନ

250

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ ପାଇଁ ବାହାରିଲା ଲଗ୍ନ । ସେପ୍ଟେମ୍ବର ୬ ସକାଳ ୯ ଟା ୫ ରୁ ୯ ଟା ୧୯ ମଧ୍ୟରେ ମା’ ସମଲେଇଙ୍କଠାରେ ଲାଗି ହେବ ନବାନ୍ନ।ଝାଡୁଆପଡାସ୍ଥିତ ବ୍ରହ୍ମପୂରା ମନ୍ଦିରରେ ଜ୍ୟୋତିଷ ମହାସଭାରେ ପଣ୍ଡିତମାନେ ଅଂଶ ଗ୍ରହଣ କରି ଏହି ଲଗ୍ନ ଧାର୍ଯ୍ୟ ହୋଇଛି ।