ଆସନ୍ତା ୨୬ ରେ ନୂଆଁଖାଇ ! ସକାଳ ୯ଟା ୫ ରୁ ୯ଟା ୧୫ ମଧ୍ୟରେ ମା’ଙ୍କ ପାଖରେ ଲାଗି ହେବ ନବାନ୍ନ

178

କନକ ବ୍ୟୁରୋ : ବାହାରିଲା ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଲଗ୍ନ  । ରାଶି ନକ୍ଷତ୍ର ଓ ପୂର୍ବ ପରଂପରା ଅନୁଯାୟୀ ଆସନ୍ତା ୨୬ ତାରିଖରେ ହେବ ମା’ଙ୍କ ନିକଟରେ ହେବ ନବାନ୍ନ ଲାଗି  । ନବାନ୍ନ ଭକ୍ଷଣ ଲାଗି ସ୍ଥିର ହୋଇଛି ଶୁଭ ଲଗ୍ନ  । ସକାଳ ୯ଟା ୫ ରୁ ୯ଟା ୧୫ ମଧ୍ୟରେ ମା’ଙ୍କଠାରେ ନବାନ୍ନ ଲାଗି ହେବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଭାଦ୍ରବ ମାସ ୠଷି ପଞ୍ଚମୀରେ ନୂଆଁଖାଇ ପାଳନ କରାଯିବ।

ନୂଆଁଖାଇ ପାଇଁ ଆଜି ପଣ୍ଡିତ ସଭାର ଆୟୋଜନ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୂଯାୟୀ ପଣ୍ଡିତ ମାନଙ୍କର ସଭାରେ ପାଞ୍ଜି ଦେଖି ଶୁଭ ମୂହୁର୍ତ୍ତ ନିର୍ଦ୍ଧାରିତ ହୋଇଛି। ତେବେ ଜାଗା ଜାଗାରେ ଭୌଗଳିକ ସ୍ଥିତି ଓ ଇଷ୍ଟଦେବୀଙ୍କ ରାଶି ନକ୍ଷତ୍ରକୁ ଦେଖି ଲଗ୍ନ ନିର୍ଦ୍ଧାରିତ ହୁଏ । ବିଶ୍ୱାସ ରହିଛି ଲଗ୍ନ ଅନୁଯାୟୀ ଅମୃତ ବେଳାରେ ନବାନ୍ନ ଭକ୍ଷଣ କଲେ ସବୁକିଛି ଶୁଭ ହୋଇଥାଏ।