ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା : ଘରେ ଘରେ ପୂଜାପାଠ ଓ ପୀଠାପଣାର ଆସର

55

କନକ ବ୍ୟୁରୋ : ପଶ୍ଚିମଓଡିଶା କୃଷିଭିତିକ ପର୍ବ ନୂଆଖାଇକୁ ଖୁବ୍ ଧୁମଧାମରେ ପାଳନ କରାଯାଇଛି । ନୂଆ ବସ୍ତ୍ର ପିନ୍ଧି ଇଷ୍ଟଦେବୀଙ୍କ ପାଖରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଲାଗି କରିଛନ୍ତି ସୁନ୍ଦରଗଡ, ବଲାଙ୍ଗିର, କଳାହାଣ୍ଡିର ବାସିନ୍ଦା ।

ଏଥିପାଇଁ ଚଳଚଂଚଳ ଗାଁଠାରୁ ସହର । ସବୁଠି ଉତ୍ସବର ମାହୋଲ । ଘରେ ଘରେ ଜମୁଛି ପୂଜାପାଠ ଓ ପିଠାପଣାର ଆସର । ବଡ ଠାରୁ ଛୋଟ ଯାଏଁ ସମସ୍ତ ଏକାଠି ବସି ନୂଆ ଖାଇଛନ୍ତି । ନୂଆ ଖାଇବା ପରେ ସାନ ମାନେ ବଡ ମାନଙ୍କୁ ନୂଆଖାଇ ଜୁହାର କରି ସେମାନଙ୍କ ଠାରୁ ଆଶୀର୍ବାଦ ଲୋଡିଛନ୍ତି ।