ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ପ୍ରସ୍ତୁତି ଆରମ୍ଭ

27

ସମ୍ବଲପୁର : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆଜି ଲଗ୍ନ ଧାର୍ଯ୍ୟ ହେବ। ଝାଡୁଆପଡାସ୍ଥିତି ବ୍ରହ୍ମପୂରା ମନ୍ଦିରରେ ଜ୍ୟୋତିଷ ମହାସଭାରେ ପଣ୍ଡିତମାନେ ଅଂଶ ଗ୍ରହଣ କରି ଏହି ଲଗ୍ନ ଧାର୍ଯ୍ୟ କରିବେ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମା ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗି ଜ୍ୟୋତିଷ ମାନଙ୍କର ମହାସଭାରେ ଶୁଭ ଲଗ୍ନ ଧାର୍ଯ୍ୟ କରିବେ।

ଏହି ଲଗ୍ନ ଅନୁଯାୟୀ ଆଗାମି ଦେବୀ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଅର୍ପଣ କରାଯିବ। ଲଗ୍ନଧାର୍ଯ୍ୟ ପରେ ସମଲେଶ୍ୱରୀ ମନ୍ଦିର ପୂଜକ ସମେତ ସମ୍ବଲପୁରବାସୀଙ୍କୁ ଅବଗତ କରାଇବେ। ନୂଆଖାଇକୁ ନେଇ ଏବେ ସମ୍ବଲପୁର ସହରରେ ଧିରେ ଧିରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।