ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ଖୁବ୍ ଉତ୍ସାହରେ ପାଳନ କରୁଛନ୍ତି ବଲାଙ୍ଗିରବାସୀ

65

ବଲାଙ୍ଗିର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହାକୁ ମାଟି ମା’ର ପର୍ବ ବୋଲି ବି କୁହାଯାଏ। ଏକତା, ବନ୍ଧୁତ୍ୱ ଏବଂ ସୌହାର୍ଦ୍ଦ୍ୟର ଏକ ଅନନ୍ୟ ପର୍ବ । ଧନୀ, ଗରିବ, ରଜା ଓ ପ୍ରଜା ଅନେଇ ଥାନ୍ତି ଏହି ଦିନଟିକୁ ।

ନୁଆଁଖାଇ ନୂତନ ଶସ୍ୟ, ନୂତନ ପରିପାଟି ଏବଂ ଅନେକ ନୂତନତ୍ୱ ନେଇ ଆସିଛି । ଏଥିପାଇଁ ବଲାଙ୍ଗିରବାସୀ ବି ଏହାକୁ ଖୁବ୍ ଉତ୍ସାହର ସହ ପାଳନ କରୁଛନ୍ତି । ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ଚାଲିଛି ପ୍ରସ୍ତୁତି । ନିଜର ଇଷ୍ଟଦେବୀ ସମଲେଇ, ପାଟଣେଶ୍ୱରୀଙ୍କ ପାଖରେ ନୂତନ ଶସ୍ୟ ଭୋଗ ଲାଗି କରିବା ପରେ ନୂଆ ଖାଇବେ ସମସ୍ତେ ।

ଏଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ପ୍ରସ୍ତୁତି ସରି ଯାଇଛି । ଅପେକ୍ଷା ସେହି ମାହେନ୍ଦ୍ର ବେଳାକୁ । ସେପଟେ ପାଟଣାଗଡରେ ବି ନୂଆଖାଇର ଧୂନ୍ । ନିଜର ଇଷ୍ଟ ଦେବୀ ମା ପାଟେଣେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ପ୍ରସ୍ତୁତି ଚାଲିଛି । ଏପଟେ ପ୍ରିୟଜନଙ୍କ ସହ ନୂଆ ଖାଇବା ପାଇଁ ଘରେ ଘରେ ପ୍ରସ୍ତୁତି ଚାଲିଛି ।