ହାଇଦ୍ରାବାଦରେ ଜମିଲା ନୂଆଁଖାଇ ଭେଟଘାଟର ଧୂମ୍

34

screen-shot-2016-09-21-at-2-36-11-pmକନକ ବ୍ୟୁରୋ : ହାଇଦ୍ରାବାଦସ୍ଥିତ ପଶ୍ଚିମ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ୱାସକା ପକ୍ଷରୁ ନୂଆଁଖାଇ ଭେଟଘାଟ ବେଶ ଧୂମଧାମରେ ପାଳିତ ହୋଇଛି । ସିକନ୍ଦରାବାଦସ୍ଥିତ ଜୋରାଷ୍ଟ୍ରିଆନ କ୍ଲବରେ ଆୟୋଜିତ ଏହି ସମାରୋହରେ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ କବି ଓ ଗୀତିକାର ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଶୁ କବି ଭାବେ ଜଣାଶୁଣା ବ୍ୟଙ୍ଗ କବି ସୁଶୀଲ ମିଶ୍ର ହସର ଖୋରାକ ଯୋଗାଇଥିବା ବେଳେ ବରଗଡ଼ ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ନାଚଗୀତ ପରିବେଷଣ କରିଥିଲେ । ସମ୍ବଲପୁରୀ ନାଚଗୀତରେ ଦୁଲୁକିଥିଲା ମଞ୍ଚ । ଏହି ଅବସରରେ ସମ୍ବଲପୁରୀ ହସ୍ତତନ୍ତ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା । କେମିତି ଥିଲା ନୂଆଁଖାଇ ଭେଟଘାଟର ମାହୋଲ ଦେଖନ୍ତୁ ଏହି ଭିଡିଓରେ :