ସରିଲା ନୂଆଁଖାଇ, ସରିନି ଉତ୍ସବ : ପରମ୍ପରା ଅନୁସାରେ ଆଜିଠାରୁ ଭେଟଘାଟ

22

କନକ ବ୍ୟୁରୋ : ସରିଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ, ହେଲେ ସରିନି ଉତ୍ସବ । ଆଜିଠାରୁ ଚାଲିବ ଭେଟଘାଟ। ଭାଇଚାରା ଓ ସଦ୍ଭାବନାର ପର୍ବ ନୂଆଁଖାଇ । ଘରେ ଘରେ ପୂଜାପାଠ ଓ ପୀଠାପଣାର ଆସର ଜମିଛି । ଇଷ୍ଟଦେବୀ ମା’ ସମଲେଶ୍ୱରଙ୍କ ପାଖରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡିଶାବାସୀ ନୂଆ ଖାଇଛନ୍ତି ।

ସଂଧ୍ୟାରେ ଭେଟଘାଟ ସହ ବଡମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇ ଛନ୍ତି ପରିବାରର ସାନସାନ ସଦସ୍ୟ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଏହି ଅବସରରେ ଦୂର ଦୂରାନ୍ତରେ ରହୁଥିବା ପରିବାର ସଦସ୍ୟ ଘରକୁ ଫେରନ୍ତି ।

ବର୍ଷକୁ ଥରେ ଅନ୍ତତଃ ନୂଆଁଖାଇ ଅବସରରେ ପରିବାର ସଦସ୍ୟ, ସାଙ୍ଗସାଥୀ, ଗାଁ ଲୋକଙ୍କ ସହ ଭେଟଘାଟ ହୁଏ । ତେଣୁ ପରମ୍ପରା ମୁତାବକ ଜଣେ ଅନ୍ୟଜଣଙ୍କ ଘରକୁ ଯାଇ ଭେଟାଭେଟି ହୋଇଥାନ୍ତି । ବଡମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି । ପଶ୍ଚିମ ଓଡିଶାରେ ଘରେଘରେ ଏହି ପରମ୍ପରା କାହିଁ କେଉଁକାଳରୁ ଚଳିଆସୁଛି ।