ରାଜଧାନୀରେ ପଶ୍ଚିମ ଓଡିଶାର ମହକ ! ପାଳିତ ହେଲା ନୂଆଁଖାଇ ଭେଟଘାଟ୍, ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ।

143

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ପ୍ରତିବର୍ଷ ଏହି ପର୍ବକୁ ବଡ ଧୁମଧାମରେ ପାଳନ କରିଥାନ୍ତି ପଶ୍ଚିମ ଓଡିଶାବାସୀ । ତେବେ ରାଜଧାନୀରେ ମଧ୍ୟ ପାଳନ ହୋଇଛି ନୂଆଖାଇ ଭେଟଘାଟ୍ । ପଶ୍ଚିମ ଓଡିଶା ଅଗ୍ରଣୀ ସଂଗଠନ ପକ୍ଷରୁ ଭୁବନେଶ୍ୱରସ୍ଥିତ ୟୁନିଟ ୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆରେ ନୂଆଖାଇ ଭେଟଘାଟ ୨୦୧୮ ଅନୁଷ୍ଠିତ ହୋଇଯାଇଛି  । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚନ କରିବାସହ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ସମାଜସେବୀ ସରସ୍ୱତୀ ପ୍ରଧାନ, ସାହିତ୍ୟିକ ଗୋପବଂଧୁ ରଥ, ପ୍ୟାଡ ଗାର୍ଲ ପାୟଲ ପଟେଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଭେଟଘାଟରେ ପଶ୍ଚିମ ଓଡିଶାର କଟକ, ଭୁବନେଶ୍ୱର ଦୈତ ନଗରୀରେ ରହୁଥିବା ପାଂଚ ହଜାରରୁ ଅଧିକ ଲୋକମାନେ ଯୋଗଦେଇଥିଲେ । ସମ୍ବଲପୁରୀ ନୃତ୍ୟଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥଲେ ଦର୍ଶକ ।