ରାଜଧାନୀରେ ପଶ୍ଚିମ ଓଡିଶାର ବାସ୍ନା : କଳା,ସଂସ୍କୃତି ଓ ପରଂପରାର ପ୍ରସାର ପାଇଁ ନୂଆଖାଇ ଭେଟଘାଟ ଅନୁଷ୍ଠିତ

63

କନକ ବ୍ୟୁରୋ  : ରାଜଧାନୀରେ ପଶ୍ଚିମ ଓଡିଶାର ବାସ୍ନା । କଳା, ସଂସ୍କୃତି ଓ ପରଂପରାକୁ  ପ୍ରସାର ପାଇଁ ରାଜଧାନୀ ଭୁବନେଶ୍ୱରରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି । ଭେଟଘାଟରେ  ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନଠାରୁ ଆରମ୍ଭ କରି କଳାପ୍ରେମୀ , ମନ୍ତ୍ରୀ , ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗରେ ପାରଦର୍ଶିତା ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନରେ ଭୁଷିତ କରାଯାଇଥିଲା । ସମ୍ବଲପୁରର ବିଭିନ୍ନ ନୃତ୍ୟ, ସଂଗୀତକୁ ଦର୍ଶକ ମନଭରି ଉପଭୋଗ କରିଥିଲେ।