ରକ୍ତଦାନରେ ରେକର୍ଡ଼ କଲା ନୂଆ ପ୍ରୟାସ। ସଂଗ୍ରହ ହେଲା ୧୦୧ ୟୁନିଟ ।

216

କନକ ବ୍ୟୁରୋ: ଆଉ ପାଦେ ଆଗେଇଲା ନୂଆ ପ୍ରୟାସ । ଗତ ଦୁଇ ବର୍ଷ ତଳେ ଯେଉଁ ଉଦେଶ୍ୟ ଯେଉଁ ନାରା ନେଇ ଏ ଅଭିଯାନ ଆରମ୍ଭ ହୋଇଥିଲା ଆଜି ଦୁଇ ପାଦ ଆଗକୁ ଯାଇଛି ଗାଁ ମାଟିରେ ନୂଆ କରି ଗଢି ଉଠିଥିବା ସେଚ୍ଛାସେବୀ ସଙ୍ଗଠନ ‘ନୂଆ ପ୍ରୟାସ’ । ଆଜି ସୋର ଶିଙ୍ଗାଖୁଣ୍ଟା ମହେନ୍ଦ୍ର ନାଥ ଉପ୍ରା ପ୍ରାଥମିକ ବିଦ୍ୟାଳୟରେ ନୂଆ ପ୍ରୟାସ ଏବଂ ବନଶ୍ରୀ ପାଠାଗାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଲଗାତାର ତିନି ବର୍ଷ ହେବ ଶହେ ୟୁନିଟ ଟପି ରେକର୍ଡ କରୁଥିବା ଏହି ସଙ୍ଗଠନ ଏଥର ବି ଶହେ ୟୁନିଟ ଅତିକ୍ରମ କରିଛି।

ତେବେ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ଶିକ୍ଷାବିତ୍ ମୁରଲୀଧର ପାଢୀ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସୁନୀଲ ରଞ୍ଜନ ବିଶ୍ବାଳ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଦାମୋଦର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଲକ୍ଷ୍ୟ ଅନୁଷ୍ଠାନର ପରିଚାଳକ କବିଦ୍ର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସଭାପରିଚାଳନା କରିଥିଲେ ନୂଆ ପ୍ରୟାସ ସଭାପତି ଜ୍ୟୋତି ରଞ୍ଜନ ଜେନା । ଅତିଥି ପରିଚୟ ରାମକୃଷ୍ଣ ବାରିକ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ମହେଶ୍ୱର ବେହେରା।

ତେବେ ବାଲେଶ୍ଵର ରେଡକ୍ରସ ତରଫରୁ ଡ. ମହେଶ୍ୱର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ପୁରା କାର୍ଯ୍ୟକ୍ରମକୁ ସୁଚାର ରୁପେ ପରିଚାଳନା କରିଥିଲେ । ତେବେ ଯାହାଙ୍କ ପାଇଁ ଏ କାର୍ଯ୍ୟକ୍ରମ ସଫଳ ହୋଇଛି ସେମାନେ ହେଲେ ସ୍କୁଲର ପ୍ରଧାନଶିକ୍ଷକ ଶଶିକାନ୍ତ ବାରିକ, ଲକ୍ଷ୍ମୀଧର ପାତ୍ର, ଯୋଗେନ୍ଦ୍ର ଜେନା, ସୁଜିତ ଗିରି, ସୁବାଶ ବେହେରା, ସମୀର ନାୟକ, ଓଁକାର ମିଶ୍ର, ମାନସ ରାଉତ,ମାନସ ଗିରି, ସୁବ୍ରତ ଦାସ, ଜଗବନ୍ଧୁ ପରିଡା, ରମାକାନ୍ତ ମହାନ୍ତି, ପ୍ରାଶାନ୍ତ ବାରିକ, ସୁରଞ୍ଜନ ମହାକୁଡ, ରବିନ୍ଦ୍ର ଜେନା, ସଞ୍ଜୟ ରାଉତ, ସଞ୍ଜିବ ରାଉତ, ମନୋଜ ଜେନା, ମହେଶ୍ୱର ଦାସ, ଜ୍ୟୋତ୍ସାରାଣୀ, ମନୋରମାଙ୍କ ଭଳି ସଦସ୍ୟଙ୍କ ପାଇଁ କାର୍ଯ୍ୟକ୍ରମ ସଫଳ ହୋଇଥିଲା।