ନୂଆଖାଇ ସଜବାଜ : ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

48

Screen shot 2016-09-04 at 7.39.04 PMକନକ ବ୍ୟୁରୋ :  ଧାନ କ୍ଷେତରେ ଲହରୀ ମାରୁଛି କେଣ୍ଡା କେଣ୍ଡା ଧାନ । ଏହି ଧାନରୁ ପ୍ରସ୍ତୁତ ହେବ ନବାନ୍ନ । ଆଉ ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଘରେ ଘରେ ଚାଲିଛି ଲିପା ପୋଛା ତା ସାଂଗକୁ ଚାଲିଛି ପୁଜା ପାଇଁ ସାମଗ୍ରୀ ବି କିଣାଚାଲିଛି । କ୍ଷେତରୁ ନୂଆ ଧାନ ଆସିବା ପରେ ଏଥିରୁ ପ୍ରସ୍ତୁତ ହୁଏ ଚୁଡା । ଏହି ଚୁଡାକୁ ନବାନ୍ନ ଭାବେ ଠାକୁରଙ୍କ ପାଖେ ଅର୍ପଣ କରାଯାଇଥାଏ ।

Screen shot 2016-09-04 at 7.39.39 PMକେବଳ ନୂଆ ଧାନ ନୁହଁ ବରଂ ନୂଆ ବସ୍ତ୍ର ବି ପିନ୍ଧିବାକୁ ଭୁଲନ୍ତି ନାହିଁ ଏଠାକାର ଅଧିବାସୀ । ଘରର ମହିଳାମାନେ ଘର ଆଗରେ ଆଙ୍କି ସାରିଲେଣି ଝୋଟି ଓ ଚିତା । ଏହା ସାଂଗକୁ ନୂଆଖାଇକୁ ଧୁମଧାମରେ ପାଳନ କରିବାକୁ ନୃତ୍ୟ ଗୀତର ପ୍ରସ୍ତୁତି ବି ଚାଲିଛି । ସମ୍ବଲପୁରୀ ନୃତ୍ୟ ସାଂଗକୁ ଗ୍ରାମାଂଚଳରେ ଆରମ୍ଭ ହେଲାଣି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ।

ଗାଁ ଠାରୁ ସହର ସବୁଠି ଝୁମିବ ଏବେ ରସକେଳିର ଧୁନ୍। ଆଉ ଏହାରି ସାଂଗକୁ ଜୁହାର ଭେଟ୍ ବି କରିବେ ପଶ୍ଚିମ ଓଡିଶାବାସୀ।