ସବୁଠାରୁ ମହଙ୍ଗା ଛାଡପତ୍ର ! ଅମିର ଖାନଙ୍କୁ ଗଣିବାକୁ ପଡିଥିଲା ୫୦ କୋଟି ଟଙ୍କା

35

ଏହି ମାମଲାଟି ସେବେକାର ଯେତେବେଳେ ବଲିଉଡର ସୁପରଷ୍ଟାର ଅମିର ଖାନ ‘ଲଗାନ’ ସିନେମାରେ କାମ କରୁଥିଲେ ଆଉ କିରଣ ରାଓ ସେହି ସିନେମାର ଥିଲେ ଆସିଷ୍ଟାଣ୍ଡ ନିର୍ଦ୍ଦେଶକ । ତେବେ ଅମିର ପୂର୍ବରୁ ହିଁ ବିବାହିତ ଥିଲେ କିନ୍ତୁ କିରଣଙ୍କ ସୌନ୍ଦର୍ଯ୍ୟରେ ଏଭଳି ବିମୋହିତ ହୋଇ ପଡିଥିଲେ କି ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ମଧ୍ୟ ଦେବାକୁ ପଛାଇ ନଥିଲେ ।

ସୂଚନା ମୁତାବକ, ଏହି ଛାଡପତ୍ର ଅମିରଙ୍କୁ ବହୁତ ମହଙ୍ଗା ପଡିଥିଲା । ଅମିରଙ୍କୁ ତାଙ୍କ ପ୍ରଥମ ପତ୍ନୀ ରିନା ଦତ୍ତଙ୍କୁ ପାଖାପାଖି ଦେବାକୁ ପଡିଥିଲା ୫୦ କୋଟି ଟଙ୍କା । ତେବେ ୨୦୦୨ରେ ଅମିର ଏବଂ ରିନାଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଆଉ ଏହାକୁ ସେହି ସମୟର ସବୁଠାରୁ ମହଙ୍ଗା ଛାଡପତ୍ର କୁହାଯାଇଛି । ତେବେ ଏଠାରେ ଆମେ କହି ରଖୁଛୁ କି, ଅମିର ଏବଂ ରିନାଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା । ପ୍ରଥମେତ ଦୁହିଁଙ୍କ ବିବାହକୁ ଉଭୟଙ୍କ ଘର ଲୋକେ ସ୍ୱୀକାର କରି ନଥିଲେ ମାତ୍ର ପରବର୍ତ୍ତୀ ସମୟରେ ରାଜି ହୋଇଯାଇଥିଲେ ।