ମହାବଳ ମହାବୀରର ମୃତ୍ୟୁକୁ ନେଇ ତନାଘନା : ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା,ଆଜି ତଦନ୍ତ ପାଇଁ ଆସିବେ ଏନଟିସିଏ ଟିମ

70

କନକ ବ୍ୟୁରୋ : ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ସାତକୋଶିଆକୁ ଆସିଥିବା ବାଘ ମହାବୀରର ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ତନାଘନା । ମହାବୀରକୁ ମାରିଲା କିଏ? ଏଥିପାଇଁ କିଏ ଦାୟୀ? ସେ ନେଇ ସବୁସ୍ତରରେ ତନାଘନା ଆରମ୍ଭ ହୋଇଛି । ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଆଜି ଏନଟିସିଏର ଏକ ଟିମ୍ ଏହି ଘଟଣାର ତଦନ୍ତ କରିବାକୁ ଓଡିଶା ଆସିବେ । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତକାଲି ମନ୍ତ୍ରୀ ଓ ସଚିବଙ୍କୁ ଡାକି ଆଲୋଚନା କରିଛନ୍ତି ।

ସେହିପରି ବାଘ ମୃତ୍ୟୁର କାରଣ ଖୋଜିବାରେ ଲାଗିପଡିଛି ବନବିଭାଗ । ଗତକାଲି ୩ଜଣ ଡାକ୍ତରଙ୍କ ସମେତ, ଏନଟିସିଏ ପ୍ରତିନିଧି, ଫିଲ୍ଡ ଡାଇରେକ୍ଟର ଓ ୨ଜଣ ଡିଏଫଓଙ୍କ ଉପସ୍ଥି୍ତିରେ ବାଘର ଶବ ବ୍ୟବଛେଦ ହୋଇଛି । ଶବ ବ୍ୟବଛେଦ ପରେ ବାଘକୁ ପୋଡି ଦିଆଯାଇଛି । ବାଘ ବେକରେ ଘା ଯୋଗୁଁ ମହାବୀରର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପିସିସିଏଫ୍ କହିଛନ୍ତି । ଜୁନ୍ ୨୧ରେ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିିବା ମହାବଳ ମହାବୀରର ବୁଧବାର ଦିନ ରାତିରେ ମୃତ୍ୟୁ ହୋଇଥିଲା ।