ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା : ଆସନ୍ତା ୨୮ ଓ ୨୯ ତାରିଖରେ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିବ ଏନଏସଜି ଟିମ୍

46

କନକ ବ୍ୟୁରୋ : ବଢିଲା ଶ୍ରୀମନ୍ଦିରର ସୁରକ୍ଷା ଚିନ୍ତା । ଯାଂଚ ହେବ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଯାଂଚ କରିବେ ପୁରୀ ଶ୍ରୀମନ୍ଦିର । ଏନଏସଜିର ଟେରର ଟାସ୍କ ଫୋର୍ସ ଆସନ୍ତା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଂଚ କରିବେ । ଏନଏସଜି ପକ୍ଷରୁ ଏ ନେଇ ପୁରୀ ଜିଲ୍ଲା ପ୍ରଶାସନକୁ ଚିଠି ଲେଖାଯାଇଛି ।

ଏନଏସଜି ମୁଖ୍ୟ କାର୍ଯ୍ୟାଳୟରୁ ଅପରେସନ୍ ପୋଲିସ ଆଇଜି ଆର.ପି. କୋଚେଙ୍କୁ ଏ ସଂପର୍କରେ ଚିଠି ଲେଖିବା ସହ ଏହାର ଏକ କପି ପୁରୀ ଜିଲ୍ଲାପାଳଙ୍କୁ ପଠାଯାଇଛି । ପୁରୀ ଆସିବାକୁ ଥିବା ଏନଏସଜି ଟିମରେ ୩ ରୁ ୪ ଜଣ ଅଧିକାରୀ ରହିବେ । ଏହି ଅଧିକାରୀମାନଙ୍କ ସହାୟତା ପାଇଁ ଜଣେ ଅଧିକାରୀ ଯୋଗାଇ ଦେବାକୁ ଚିଠିରେ ଲେଖାଯାଇଛି । ପୂର୍ବରୁ ପୁରୀ ଶ୍ରୀମନ୍ଦିରକୁ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଥିଲା । ତେଣୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଦୃଷ୍ଟିରୁ ଏନଏସଜି ପକ୍ଷରୁ ଏହାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଦକ୍ଷେପ ନିଆଯାଉଛି ।