ସରକାରଙ୍କ ପାଇଁ ପାୱାର ସେଣ୍ଟର ସାଜିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ! ୩ ସହଯୋଗୀଙ୍କ ସହ ଦେଶର ସବୁଠୁ ଶକ୍ତିଶାଳୀ ଅଜିତ ଡୋଭାଲ

5

କନକ ବ୍ୟୁରୋ : ତିନିଜଣ ସହଯୋଗୀଙ୍କ ସହ ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି- ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଜଏଂଟ ଇଂଟେଲିଜେନ୍ସ କମିଟିର ପୂର୍ବତନ ଅଧ୍ୟକ୍ଷ ଆର.ଏନ. ରବିଙ୍କୁ ଗୁରୁବାର ତାଙ୍କ ସହଯୋଗୀ ଭାବେ ନିଯୁକ୍ତ କରାଯାଇଛି । ତାଙ୍କୁ ଏନଏସଏ ଅଜିତ ଡୋଭାଲଙ୍କ ତୃତୀୟ ସହଯୋଗୀ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱଙ୍ଗ-ର’ ର ପୂର୍ବତନ ସଚିବ ରାଜନ୍ଦର ଖାନ୍ନା ଏବଂ ପୂର୍ବତନ କୂଟନୀତିଜ୍ଞ ପଂକଜ ସରଣଙ୍କୁ ତାଙ୍କର ଦୁଇ ସହଯୋଗୀ ଭାବେ ନିଯୁକ୍ତ କରାଯାଇଥିଲା ।

ତେବେ ୧୯୭୬ ବ୍ୟାଚର ଆଇଏଏସ ଅଫିସର ଆର.ଏନ ରବି ଏମାନଙ୍କ ଭିତରେ ବରିଷ୍ଠ । ସବୁଠାରୁ ବଡକଥା ହେଉଛି ନାଗାଲାଣ୍ଡରେ ଶାନ୍ତି ପ୍ରତିଷ୍ଠା ଲାଗି ପ୍ରମୁଖ ଭୂମିକା ନିଭାଇଥିଲେ ଏହି ଅଫିସର ଜଣକ । ନାଗାଲାଣ୍ଡର ଉଗ୍ରବାଦୀ ସଂଗଠନ- ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ ସହ କେନ୍ଦ୍ର ସରକାରଙ୍କ ଶାନ୍ତି କଥାବାର୍ତାରେ ସେ ମଧ୍ୟସ୍ଥତା କରିଥିଲେ । ତେବେ ଏହି ତିନି ସହଯୋଗୀ ଅଫିସରଙ୍କ ସହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଡୋଭାଲଙ୍କୁ ଦେଶର ସବୁଠାରୁ ଶକ୍ତିଶାଳୀ କୂଟନୀତିଜ୍ଞ ବୋଲି ବିବେଚନା କରାଯାଉଛି ।

Comments are closed.