ଚପଲ ଚୋର ପାକିସ୍ତାନ । ୱାଶିଙ୍ଗଟନ ସ୍ଥିତ ପାକିସ୍ତାନ ଦୂତାବାସ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟଙ୍କ ବିକ୍ଷୋଭ ।

33

କନକ ବ୍ୟୁରୋ : ଚପଲ ଚୋର ପାକିସ୍ତାନ । ଏଭଳି ସ୍ଲୋଗାନରେ କମ୍ପିଉଠିଛି ୱାଶିଙ୍ଗଟନ ସ୍ଥିତ ପାକିସ୍ତାନ ଦୂତାବାସ କାର୍ଯ୍ୟାଳୟ । ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇଛନ୍ତି ଏଠାରେ ରହୁଥିବା ଭାରତୀୟ ଓ ବଲୁଚିସ୍ତାନ ନାଗରିକମାନେ । ବିକ୍ଷୋଭକାରୀଙ୍କ ହାତରେ ଦେଖିବାକୁ ମିଳିଛି ଡିସେମ୍ବର ୨୫ରେ ପରିବାର ସହ ଭେଟୁଥିବା ସମୟରେ କୁଳଭୁଷଣ ଯାଦବଙ୍କ ସାକ୍ଷାତର ଫଟୋ ।

ଡିସେମ୍ବର ୨୫ରେ କୂଲଭୁଷଣଙ୍କୁ ଭେଟିବାକୁ ଯାଇ ଅପମାନର ସମ୍ମୁଖୀନ ହୋଇଥିଲେ ଯାଦବଙ୍କ ପତ୍ନୀ ଓ ମା । ଏପରିକି କୁଳଭୁଷଣଙ୍କ ପତ୍ନୀଙ୍କ ଚପଲରେ ଚିପ ରହିଥିବା କହି ଫୋରେନସିକ ଯାଂଚ ପାଇଁ ପଠାଇଥିଲା ପାକିସ୍ତାନ । ପାକର ଏପରି ନୀଚ କାର୍ଯ୍ୟକଳାପକୁ ବିରୋଧ କରି ଆଜି ୱାଶିଙ୍ଗଟନ ଡିସିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପାକିସ୍ତାନକୁ ଚପଲ ଭେଟିଦେବା ପାଇଁ କିଛି ହଳ ଚପଲ ମଧ୍ୟ ଆଣିଥିଲେ ପ୍ରଦର୍ଶନକାରୀ ।

ବିକ୍ଷୋଭକାରୀ କହିଛନ୍ତି କି କୁଳଭୂଷଣଙ୍କ ମା ଓ ପତ୍ନୀଙ୍କ ସହ ପାକିସ୍ତାନ କରିଥିବା ଦୁର୍ବ୍ୟହାର ବରଦାସ୍ତ କରାଯିବନି । ଅନ୍ୟପଟେ ପାକର ଏପରି ଦୁର୍ବ୍ୟବହାର କରି ଅନ୍ତରାଷ୍ଟ୍ରୀୟସ୍ତରରେ ସମାଲୋଚନାର ଶିକାର ହୋଇଛି ।