ଆସାମ ପ୍ରସଙ୍ଗରେ ରାଜ୍ୟସଭାରେ ସରକାରଙ୍କୁ ଘେରିଲେ ବିରୋଧୀ : ହୋହାଲ୍ଲା ଲାଗି ଗୃହକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି

30

କନକ ବ୍ୟୁରୋ : ଭାରତରେ ବାଙ୍ଗାଲାଦେଶର ଲୋକ ଅବାଧରେ ରହିଥିବା ଓ ପରେ ସେମାନଙ୍କୁ ଭାରତରୁ ବାହାରି ଯିବା ପାଇଁ କହିବା ବା ସେମାନଙ୍କୁ ଭାରତୀୟ ନାଗରିତ୍ୱତା ନ ଦେବା ବାବଦରେ ଥମିବାରେ ନା ନେଉ ନାହିଁ ରାଜନୀତି । ସେମାନେ କାହିଁକି ଏତେ ଦିନ ଧରି ଥିଲେ ଏବଂ ସରକାର କେଉଁ ପ୍ରମାଣ ଆଧାରରେ ଏପରି ପଦକ୍ଷେପ ନେଲେ ତାହାକୁ ନେଇ ବିରୋଧୀ ଓ ସରକାରା ମୁହାଁମୁହିଁ ହୋଇଛନ୍ତି । ତେବେ ଆସାମରେ ଭାରତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିବା ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଗତକାଲି ପ୍ରବଳ ହୋହାଲ୍ଲା ବିରୋଧୀମାନେ କରିଥିବାର ସୂଚନା ମିଳିଛି । ବର୍ତ୍ତମାନ ସମୟରେ ଅନେକ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀମାନେ ଘେରୁଥିବା ବେଳେ ଏହି ମୈାକାକୁ ବିରୋଧୀଙ୍କୁ ସରକାରଙ୍କୁ ଘେରିବା ପାଇଁ ଏକ ସୁଯୋଗ ଦେବା ଭଳି ମନେ ହେଉଥିଲା ।

 

ତେବେ ବିରୋଧମାନେ ସରକାର ଏ ବିଷୟରେ ସ୍ପଷ୍ଟୀକରଣ ପାଇଁ ଅଡି ବସିଥିବା ବେଳେ ବିଜେଡି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଏନେଇ ଗୃହରେ ଉତ୍ତର ରଖିବା ପାଇଁ କୁହାଯାଇଥିଲା । ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଏନ୍‌ଆର୍‌ସି ରିପୋର୍ଟକୁ ନେଇ ଗତକାଲି ସଂସଦରେ ଅନେକ ସାଂସଦ ସନ୍ଦେହ ପ୍ରକଟ କରିଛନ୍ତି। ଯେହେତୁ ରାଜନାଥ ଗୃହରେ ଉପସ୍ଥିତ ଅଛନ୍ତି, ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦିଆଯିବା ଉଚିତ। କିନ୍ତୁ ଏହା ପ୍ରଶ୍ନକାଳ ଥିବାରୁ ସେ କିଛି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପ୍ରଥମେ କହିଥିଲେ। ତେବେ ଅପରାହ୍ନ ୨ଟାରେ ମନ୍ତ୍ରୀ ଜବାବ ରଖିବେ ବୋଲି ସେ ଜଣାଇଥିଲେ। କିନ୍ତୁ ଟିଏମ୍‌ସି ସାଂସଦଙ୍କ ହଟ୍ଟଗୋଳ ଯୋଗୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିବା ସତ୍ତ୍ୱେ କିଛି କହିପାରି ନଥିଲେ। ଏହାପରେ ଗୃହକୁ ଆଜି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

 

ସଂସଦ ବାହାରେ ଣମାଧ୍ୟମକୁ ସୂଚନା ଦେଇ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏନ୍‌ଆର୍‌ସିକୁ ନେଇ କୌଣସି ଦଳ ରାଜନୀତି କରିବା ଉଚିତ ନୁହେଁ। ଏଥିରେ ଜାତୀୟ ସ୍ୱାର୍ଥ ନିହିତ ଥିବା ବେଳେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ବିଜେପି ସଭାପତିଙ୍କ ଦ୍ୱାରା ବିଜେଡିକୁ ପ୍ରଶଂସା କରାଯିବା ପ୍ରସଙ୍ଗରେ ପ୍ରସନ୍ନ କହିଛନ୍ତି, ଆମେ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତ୍ୱ ବଜାୟ ରଖିଛୁ। ଆମେ କୌଣସି ଦଳର ପକ୍ଷ ନେଉନାହୁଁ। ବରଂ ଆମେ ଓଡ଼ିଶା ଓ ଜାତୀୟ ସ୍ୱାର୍ଥର ପକ୍ଷ ନେବୁ ବୋଲି ସେ କହିଥିଲେ।