ସୁନ୍ଦରଗଡ଼ ହେମଗିରିରୁ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ! ‘କାଳିଆ’କୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରୁଛି ବିଜେପି ସରକାର

196

କନକ ବ୍ୟୁରୋ : ସୁନ୍ଦରଗଡ଼ ହେମଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ରେ ସମସ୍ତଙ୍କୁ ଜୁହାର କହି ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଖରାରେ ସଭାରେ ଯୋଗଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ସୁନ୍ଦରଗଡ଼ରୁ ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ । ସୁନ୍ଦରଗଡ଼ ହକିର ଜନ୍ମଭୂମି । ସାରା ଦେଶରେ ହକି ପାଇଁ ସୁନ୍ଦରଗଡ଼ ଭିନ୍ନ ପରିଚୟ ସୃଷ୍ଟି କରିଛି । ରାଜ୍ୟ ସରକାର ଓଡ଼ିଶାରେ ହକି ୱାଲ୍ଡ କପର ଆୟୋଜନ କରିଥିଲେ । ହେଲେ କେନ୍ଦ୍ର ସରକାର ସୁନ୍ଦରଗଡ଼ର ପ୍ରତିଭାଙ୍କୁ ଉତ୍ସାହିତ କରିବା ପାଇଁ ଆଜି ଯାଏଁ କିଛି କରିନାହାନ୍ତି ।

ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଟାର୍ଗେଟ କଲେ ନବୀନ । ସୁନ୍ଦରଗଡ଼ରୁ ଜଣେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଅଛନ୍ତି । ହେଲେ ସୁନ୍ଦରଗଡ଼ବାସୀଙ୍କ ହିତରେ ଆଜିଯାଏଁ କେନ୍ଦ୍ର ପକ୍ଷରୁ କିଛି ସୁବିଧା ଉପଲବ୍ଧ କରାଯାଇନି । ସୁନ୍ଦରଗଡ଼ରୁ କେବଳ କମ୍ପାନୀ ଲାଭବାନ ହେଉଛି । କୋଇଲାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ପାଉଛନ୍ତି । ଆଉ ସୁନ୍ଦରଗଡ଼ବାସୀ କେବଳ ଧୂଳିଧୂଆଁ ଆଉ ପ୍ରଦୂଷଣରେ ଘାଣ୍ଟି ହେଉଛନ୍ତି । ୫ ବର୍ଷରେ ସୁନ୍ଦରଗଡ଼ବାସୀଙ୍କ ପାଇଁ କିଛି କରିନାହାନ୍ତି ବିଜେପି ସରକାର ।

ଅନ୍ୟପଟେ ନବୀନ କହିଛନ୍ତି କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର ‘କାଳିଆ’କୁ ବନ୍ଦ କରିବା ପାଇଁ ଚକ୍ରାନ୍ତି ଚଳାଇଛି । ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ଚାହିଁଲେ ବି ବନ୍ଦ କରିପାରିବେ ନାହିଁ । ବିଜେଡ଼ି କ୍ଷମତାକୁ ଆସିବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇ କିସ୍ତିର ଟଙ୍କା ୧୦ ହାଜର ଟଙ୍କାର ପାଇବେ ।

କେନ୍ଦ୍ରକୁ ସମାଲୋଚନା କରି ନବୀନ କହିଛନ୍ତି ନିର୍ବାଚନ ହେଲେ ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି । ବ୍ରାହ୍ମଣୀ ଉପରେ ଦ୍ୱିତୀୟ ବ୍ରିଜ କୁଆଡ଼େ ଗଲା ? ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ କୁଆଡ଼େ ଗଲା ? ଏସସି/ଏସଟି ପିଲାଙ୍କ ବୃତ୍ତି କାହିଁକି ବନ୍ଦ ହେଲା ? ବୀମା କରି ଚାଷୀ ହଇରାଣ ହେଉଛି ? କେବିକେ ଯୋଜନା କାହିଁକି ବନ୍ଦ ହେଲା ? ଏନେଇ କେନ୍ଦ୍ରକୁ ପ୍ରଶ୍ନ କରିବା ପାଇଁ ଜନତାଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମା ମାନେ ବିକାଶର ପ୍ରକୃତ ଡବଲ ଇଂଜିନ । ବିଜେଡ଼ି ସରକାର ମହିଳାଙ୍କୁ ଗରୁତ୍ୱ ଦେଇଛି । ମହିଳାମାନଙ୍କୁ ହକ୍ ଦେଇଛ ବଜେଡ଼ି ସରକାର । ସୁନ୍ଦରଗଡ଼ରେ ଏହି ମାଟିରୁ ସୁନୀତା ବିଶ୍ୱାଳଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କିରିଛିି ଦଳ । ସୁନ୍ଦରଗଡ଼ର ହକ ପାଇଁ ସେ ଦିଲ୍ଲୀରେ ଲଢ଼େଇ କରିବେ । ଶଙ୍ଖ ଚିହ୍ନରେ ଭୋଟ ଲୋକସଭା ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।