ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗୁଳିରେ ଟଳିଲା ୧୧ ମୁଣ୍ଡ ! ଅରୁଣାଞ୍ଚଳପ୍ରଦେଶରେ ଏନପିପି ବିଧାୟକ ସମେତ ୧୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ।

257

ଅରୁଣାଞ୍ଚଳପ୍ରଦେଶର ତିରପ୍ ଜିଲ୍ଲାରେ ଏନଏସସିଏନ୍ (ଆଇଏମ୍) ସଂନ୍ଦିଗ୍ଧ ଆତଙ୍କବାଦୀ ଏନପିପି ବିଧାନସଭା ପ୍ରାର୍ଥୀ ତିରୋଙ୍ଗ ଅବୋ ଏବଂ ଦୁଇ ସୁରକ୍ଷାକର୍ମୀ ସମେତ ୧୧ ଜଣ ଲୋକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଜିଲ୍ଲାର ଖୋସାଁ ପଶ୍ଚିମ ବିଧାନସଭା ସିଟରେ ଥିବା ବିଧାୟକ ତିରୋଙ୍ଗ ଅବୋ , ଏହି ସିଟରୁ ଦ୍ୱିତୀୟଥର ନିର୍ବାଚିତ ହେବା ପାଇଁ ଚେଷ୍ଟା କରୁଥିଲେ ।

ତେବେ ଏହି ଘଟଣାର ନିନ୍ଦା କରିଛନ୍ତି ଏନପିପି ଅଧ୍ୟକ୍ଷ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ପି ସଗମା ଏହି ମାମଲାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ୍ ସିଂହଙ୍କ ହସ୍ତକ୍ଷେପ ମାଗିଛନ୍ତି । ସେ ଟ୍ୱିଟ୍ କରି କହିଥିଲେ ଏନପିପି ଏହି ଘଟଣାରେ ନିଜ ବିଧାୟକ ଶ୍ରୀ ତିରୋଙ୍ଗ୍ ଅବୋ ଏବଂ ତାଙ୍କ ପରିଜନଙ୍କ ମୃତ୍ୟୁରେ ସ୍ତବ୍ଧ ହେବା ସହ ଦୁଃଖିତ ଅଛନ୍ତି ।