ଖୁବ୍ ଶୀଘ୍ର ୟୁଟ୍ୟୁବରେ ଦେଖିବେ ବ୍ରେକିଂ ନ୍ୟୁଜ୍ !

21

ଏବେ ଦ୍ରୁତ ଖବର ଦେବା ପାଇଁ ଟେଲିଭିଜନରେ ବ୍ରେକିଂ ନ୍ୟୁଜ୍ ପାଲଟିଛି ଏକ ମାଧ୍ୟମ । ଆଉ ଏହାର ବହୁଳ ପ୍ରସାର ମଧ୍ୟ ଘଟିଛି । ଆଉ ଏହି ଧାରାରେ ଏବେ ସାମିଲ ହେବାକୁ ଯାଉଛିି ପ୍ରସିଦ୍ଧ ଭିଡିଓ ସାଇଟ୍ ୟୁଟ୍ୟୁବ୍ । ୟୁଟ୍ୟୁବର ହୋମପେଜ ଓ ମୋବାଇଲ୍ ଆପ୍ ରେ ଏକ ଅଲଗା ବିଭାଗ ରହିବ । ଯେଉଁଥିରେ ସାରା ଦୁନିଆର ବ୍ରେକିଂ ଖବରର ଭିଡିଓ ପ୍ରସାରିତ ହେବ । ଏହି ଖବର ଦ ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ହେବା ପରେ ୟୁଟ୍ୟୁବ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଭରିଯାଇଛି ।

ବର୍ତ୍ତମାନ ଏହା କହିବା ମୁସ୍କିଲ ହେବ ଯେ, ଏହି ନୂଆ ଟ୍ୟାବ୍ ସବୁବେଳେ ୟୁଟ୍ୟୁବର ଅଂଶୀଦାର ରହିବା ନା ନାହିଁ ଓ ଏହା ଗୁଗୁଲର ଏଲଗୋରିଦିମ୍ ଠାରୁ କଂଟେଣ୍ଟବାଛିବ ନା ମାନୁଆଲି ପ୍ରସ୍ତୁତ ହେବ, ଏହା ସ୍ଥିର ହୋଇନାହିଁ । ୟୁଟ୍ୟୁବରେ ଯୁବକଙ୍କ ମଧ୍ୟରେ ବଢିଥିବା ଲୋକପ୍ରିୟତାକୁ ଦେଖି ଏହି ଫିଚର ନୂଆ ପିଢ଼ି ପାଇଁ ଖୁବ୍ ଦରକାରୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

ଏଣ୍ଡ୍ରଏଡ୍ ପୁଲିସ୍ ତରଫରୁ ଦ ଭର୍ସ ଲେଖିଛି ଯେ, ଏହି ନୂଆ ଟ୍ୟାବ୍ ୱେବ୍ ହୋମପେଜ୍ ରେ ରେକମେଣ୍ଡେଡ୍ ଚ୍ୟାନେଲ୍ ର ଅନ୍ତର୍ଗତ ହେବ ଏବଂ ମୋବାଇଲ୍ ଆପ୍ ରେ ବଛା ବଛା ଭିଡିଓ ଗୁଡିକ ମଧ୍ୟରେ କ୍ଲାସ୍ କରି ଦେଖା ଯିବ । କେବଳ ମନୋରଂଜନ ପାଇଁ ନୁହେଁ ୟୁଟ୍ୟୁବ୍ ଆପ୍ କୁ ବଡ ବଡ କଂପାନୀ ବିଜ୍ଞାପନର ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବେ ମଧ୍ୟ ଦେଖୁଛନ୍ତି । ଆଉ ଏହି ନୂଆ ଫିଚର ବହୁତ ଉପଯୋଗୀ ସାବ୍ୟସ୍ତ ହେବ ।