ଏଣିକି କ୍ଷୀର, ଅଣ୍ଡା ଏବଂ ବ୍ରେଡ ଭଳି ଖାଦ୍ୟ ସାମଗ୍ରୀ କିଣିବାକୁ ବାହାରକୁ ଯିବାକୁ ପଡିବ ନାହିଁ ! ଏହି କମ୍ପାନୀ ଆପଣଙ୍କ ଘରେ ଆଣି ପହଞ୍ଚାଇବ ଖାଦ୍ୟ ସାମଗ୍ରୀ ।

29

ଏଣିକି ଆପଣଙ୍କୁ କ୍ଷୀର କିଣିବା ପାଇଁ ଘରୁ ବାହାରକୁ ଯିବାକୁ ପଡିବ ନାହିଁ । ଲୋକମାନେ ଏବେ ଯେକୌଣସି ମୁହୁର୍ତ୍ତରେ ଚାହିଁବେ ଘରେ ବସି କ୍ଷୀର ଅଡର କରିପାରିବେ । କିଶୋର ବିଆନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏକ କମ୍ପାନୀ “ଫ୍ୟୁଚର ଗ୍ରୁପ” ପ୍ରତିଦିନ ସକାଳୁ କ୍ଷୀର, ଅଣ୍ଡା ଏବଂ ବ୍ରେଡ ଆଣି ଘରେ ପହଞ୍ଚାଇ ଦେବ ।

ଭାରତର ସବୁଠୁ ବଡ ରିଟେଲ କମ୍ପାନୀ, ଇଜି-ଡେ, ନୀଳଗିରୀ ଏବଂ ହେରିଟେଜ୍ ବୋର୍ଡକୁ ଛାଡି କିଶୋର ବିଆନୀଙ୍କ କମ୍ପାନୀ “ଫ୍ୟୁଚର ଗ୍ରୁଫ” ପ୍ରାୟ ୧୦୦୦ ବହିର୍ଗମନ ଜରିଆରେ ପ୍ରତିଦିନ ସକାଳୁ ଘରେ ଘରେ କ୍ଷୀର, ଅଣ୍ଡା ଏବଂ ବ୍ରେଡ ପହଞ୍ଚାଇବାର ବ୍ୟବସ୍ଥା ଆରମ୍ଭ କରିଛି । ଏହି ବ୍ୟବସ୍ଥା ସର୍ବପ୍ରଥମେ ମେଟ୍ରୋ ସହର ଗୁଡିକରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଉପଲବ୍ଧ କରାଯିବ । ଏହାକୁ ଛାଡି କିଛି ଦିନ ପରେ ଏହି ଗ୍ରୁପ ସାହାଯ୍ୟରେ ଫଳ ପନିପରିବା ଭଳି ଅନ୍ୟାନ୍ୟ ଜିନିଷ ମଧ୍ୟ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଯିବ । ଏହି ସେବାର ଲାଭ ଉଠାଇବା ପାଇଁ ଗ୍ରାହକ ମୋବାଇଲ ଆପ ସାହାଯ୍ୟରେ ଅର୍ଡର କରିପାରିବେ ।