ଯାତ୍ରୀଙ୍କ ପାଇଁ ଖୁସି ଖବର ! ଏବେ ଚଳନ୍ତା ଟ୍ରେନରେ କାଟିପାରିବେ ଟିକେଟ

32

ଅନେକ ଥର ଏମିତି ହୁଏ ଆପଣ ରେଲୱେ ଷ୍ଟେସନ ପହଞ୍ଚିଲା ପରେ ହଠାତ ଟ୍ରେନ ଚାଲିବା ଆରମ୍ଭ ହୋଇଯାଏ । ଏମିତି ହଡବଡରେ ବୁଝିହୁଏନି ଆଗେ ଟିକଟ କାଟିବ ନା ଟ୍ରେନରେ ଚଢିବ । ଅନେକ ଥର କିଛି ଅସୁବିଧାବଶତଃ ଯାତ୍ରୀମାନଙ୍କୁ ବିନା ଟିକଟରେ ଯାତ୍ରା କରିବାକୁ ପଡେ । ଏମିତିରେ ମନ ଭିତରେ ଡର ଲାଗୁଥାଏ ଯଦି ଟିଟିଇ ଆଗରେ ଧରାପଡିଯାଏ ତେବେ କ’ଣ ହେବ । ଏବେ ଆପଣଙ୍କୁ ଏନେଇ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ରେଲୱେ ଆପଣଙ୍କ ଏହି ସମସ୍ୟାର ସମାଧାନ ବାହାର କରିଛିି ।

ତରତରରେ ଟିକଟ ନନେଇ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ ଜୋରିମାନା କିମ୍ବା ଦଣ୍ଡର ପାଇଁ ଡରିବା କୌଣସି ଦରକାର ନାହିଁ । ରେଲେଓର୍ୱ ନୂଆ ସୁବିଧା ଅନୁସାରେ ଯାତ୍ରୀ କେବଳ ୧୦ ଟଙ୍କା ଅଧିକ ଦେଇ ଟିଟିଇ ଠାରୁ ଟିକଟ ନେଇପାରିବେ । ଏପରିସ୍ଥଳରେ ଟିଟିଇକୁ ଏକ ମେସିନ ଦେବାର ବ୍ୟବସ୍ତା ମଧ୍ୟ କରାଯାଉଛି । ଟ୍ରେନରେ ଖାଲା ଡବା ଅଛି ବୋଲି ମଧ୍ୟ ଏହି ମେସିନ ଯୋଗୁଁ ଜଣାପଡିବ । ଉକ୍ତ ମେସିନ ରେଲୱେ ପାସେଞ୍ଜର ସଂରକ୍ଷିତ ପ୍ରଣାଳୀ ଠାରୁ ଅନଲାନଇ କନେକ୍ସନ ରହିବ ।

କିନ୍ତୁ ଏମିତିରେ ଟ୍ରେନରେ ଚଢିିବା ପରେ ହିଁ ଆପଣଙ୍କୁ ଟିଟିଇକୁ କହିବାକୁ ପଡିବ କି ଆପଣଙ୍କ ପାଖରେ ଟିକଟ ନାହିଁ । ଯେମିତି ହିଁ ଯାତ୍ରୀ ଟିକଟ ମାଗିବ, ଟିଟିଇ ଉକ୍ତ ମେସିନରେ ନାମ ଓ ସ୍ଥାନ ଦେବା ପରେ ଟିକଟ ବାହାରି ଆସିବ । କିନ୍ତୁ ଚେକିଂ ସମୟରେ ଧରାପଡିଲେ ଯାତ୍ରୀଙ୍କ ପାଇଁ ଏପରି କୌଣସି ସୁବିଧା ମଳିବ ନାହିଁ । ଅପ୍ରେଲ ମାସରୁ ଏହି ସୁବିଧା ରାଜଧାନୀ, ଗରୀବ ରଥ, ମେଲ ଓ ସୁପରଫାଷ୍ଟ ଟ୍ରେନରେ ଆରମ୍ଭ ହୋଇଯିବ ।

                                                            ସୌଜନ୍ୟ-ଏବିପିଲାଇଭ.ଇନ