ଏଟିଏମ୍ ଯାଉଛନ୍ତି କି ? ସ୍କ୍ରିନ୍ ଉପରେ ଥରେ ନଜର ପକାନ୍ତୁ, ନିଶ୍ଚିତ ଲାଭରେ ରହିବେ

394

ପ୍ରାୟତଃ ଲୋକମାନେ ଯେତେବେଳେ ଏଟିଏମ୍ ଯାଆନ୍ତି, ତାଙ୍କ ପୁରା ଧ୍ୟାନ କେବଳ ଟଙ୍କା ଉଠାଇବାରେ କିମ୍ବା ବାଲାନ୍ସ ଚେକ୍ କରିବାରେ ଥାଏ । ଆମମାନଙ୍କ ମଧ୍ୟରୁ ବହୁତ କମ୍ ଲୋକ ଏପରି ଅଛନ୍ତି, ଯେଉଁମାନେ ନିଜର କାମର ଅପ୍ସନ ବ୍ୟତୀତ ଏଟିଏମର ପୁରାସ୍କ୍ରିନ ଉପରେ ନଜର ପକାଇବା ଅବସ୍ଥାରେ ଥାଆନ୍ତି । ପ୍ରାୟ ଲୋକେ ସ୍କ୍ରିନ୍ ଉପରେ ନଜର ପକାନ୍ତି ନାହିଁ ଓ ନିଜ କାମ ଶେଷ କରି ଫେରି ଆସନ୍ତି । ସ୍କ୍ରିନରେ ଥିବା ଅନେକ ଅପ୍ସନରେ ଅନେକ ପରିବର୍ତ୍ତନ ହୋଇଥାଏ, ଯାହା ନିକଟ ଅତୀତରେ ନୂଆ ହୋଇଥାଏ । ଦେଶରେ ଏପରି ଅନେକ ଏଟିଏମ୍ ଅଛି, ଯେଉଁଠି ସମୟ ସହ ପରିବର୍ତ୍ତନ ହୋଇଥାଏ । କିଛି ନୂଆ ସୁବିଧା ଉପଲବ୍ଧ ହୋଇଥାଏ । ଏହି ସୁବିଧାକୁ ଜାଣିବା ପାଇଁ ଓ ଏହାର ଲାଭ ଉଠାଇବା ପାଇଁ ଏଟିଏମ ମେସିନ ଉପରେ ନଜର ପକାଇବା ଜରୁରୀ । ଏଟିଏମରେ କିଛି କାମ ଅତି ସୁବିଧାରେ ହୋଇଯିବ, ଯଦ୍ୱାରା ଆଉ ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ ।

ଏଟିଏମ୍ ଏବେ କେବଳ ଟଙ୍କା ବାହାର କରିବା ଓ ବାଲାନ୍ସ ଚେକ୍ କରିବାର ଜରିଆ ନୁହେଁ । ଏଟିଏମ୍ ଜରିଆରେ ଆପଣ ମୋବାଇଲ ରିଚାର୍ଜ, ମନ୍ଦିରରେ ଦାନ, ଚେକବୁକ୍ ରିକ୍ୱେଷ୍ଟ, ମୋବାଇଲ୍ ବ୍ୟାଙ୍କିଂ ରେଜିଷ୍ଟ୍ରେସନ୍, କାର୍ଡ଼ରୁ କାର୍ଡ଼ ଟ୍ରାନ୍ସଫର ପରି କିଛି ସୁବିଧାର ଲାଭ ଉଠାଇପାରିବେ । ଏହାସହ ଆପଣ ଡିପୋଜିଟ୍ ମଧ୍ୟ କରିପାରିବେ । ଏଟିଏମ୍ ସ୍କ୍ରିନରେ ଏହି ସେବାଗୁଡ଼କର ସେବା ଉପଲବ୍ଧ ଥାଏ ।

ଆପଣ ଏଟିଏମରୁ ଏଫଡ଼ି ଖୋଲିବା , ଟାକ୍ସ ପେମେଣ୍ଟ, କ୍ରେଡ଼ିଟ୍ କାର୍ଡ଼ ବିଲର ପେମେଣ୍ଟ, ଇନସ୍ୟରାନ୍ସ ପ୍ରିମିୟମ ଭରିବା ପାଇଁ , ୟୁଟିଲିଟି ବିଲ୍ ଭରିବା ପାଇଁ ଏବଂ ଋଣ ପାଇଁ ଅବାଦେନ ପରି କିଛି ଜରୁରୀ କାମ କରିପାରିବେ । ଏହାସହ ଆଇସିଆଇସଆଇ ବ୍ୟାଙ୍କ ଆପଣଙ୍କୁ ଏଟିଏମ୍ ଜରିଆରେ ୧୫ ଲକ୍ଷ ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଋଣ ମଧ୍ୟ ପ୍ରଦାନ କରୁଛି । ତେବେ ଏହି ପ୍ରକାର ସୁବିଧା ସମସ୍ତ ବ୍ୟାଙ୍କରେ ନାହିଁ । କିଛି ବଡ଼ ବ୍ୟାଙ୍କ୍ ଯଥା ଏସବିଆଇ, ଆଇସିଆଇସିଆଇ, ଏଚଡ଼ିଏଫସି ବ୍ୟାଙ୍କ ଓ ୟେସ୍ ବ୍ୟାଙ୍କ୍ ଏହି ପ୍ରକାର ସୁବିଧା ନିଜ ଏଟିଏମ୍ ଜାରିଆରେ ଉପଲବ୍ଧ କରାଉଛନ୍ତି ।