ମୋଦିଙ୍କ ପରେ ଚର୍ଚ୍ଚାରେ ‘ଯୋଗୀ କର୍ଟ କୁର୍ତ୍ତା’ ! ଜାଣନ୍ତୁ କ’ଣ ରହିଛି ଏହି ପୋଷାକର ବଜାର ଦର

51

ଗେରୁଆ ରଙ୍ଗର କୁର୍ତ୍ତା, ବେକରେ ଚାଦର ଆଦି ଆଜିକାଲି ଉତ୍ତରପ୍ରଦେଶ ରାଜନୀତିରେ ଏକ ଫ୍ୟାସନ ହୋଇଯାଇଛି । କେବଳ ଯେ ଭାଜପା ଏହି ରଙ୍ଗକୁ ପସନ୍ଦ କରଉଛନ୍ତି ତା’ ନୁହଁ ଯୁବଗୋଷ୍ଠୀ ମଧ୍ୟ ଏହି ଫ୍ୟାସନ ଆଡକୁ ଅଧିକ ଆକର୍ଷିତ ହେଉଛନ୍ତି ।

ଅନେକ ଦୋକାନରେ ‘ଯୋଗୀ କର୍ଟ କୁର୍ତ୍ତା’ ବିକ୍ରି ହେବାର ଦେଖା ଯାଉଛି । ଦୋକାନୀ ମାନଙ୍କ କହିବା ଅନୁସାରେ ସଂଘ କାର୍ଯ୍ୟାଳୟରେ ଏପରି କୁର୍ତ୍ତାର ଚାହିଦା ବଢି ଯାଇଛି । ପାଠକେ ଜାଣିଥିବେ ଯେବେ ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ ତାଙ୍କର କୁର୍ତ୍ତା ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା ।

– ଏବେ ପର୍ୟ୍ୟନ୍ତ ସନ୍ଥ ଓ ମହାତ୍ମାମାନେ ହିଁ ଏପରି ପୋଷାକ ପିନ୍ଧନ୍ତି । ଆଗରୁ ଏଥିରେ ବେଶୀ ଚାହିଦା ନଥିଲା ।

– କିନ୍ତୁ ଏବେ ଉତ୍ତରପ୍ରଦେଶରେ ଯୋଗୀଙ୍କ ନେତୃତ୍ୱରେ ସରକାର ତିଆରି ହେବା ପରେ ଗେରୁଆ ରଙ୍ଗର ଚାହିଦା ବଢିଯାଇଛି ।

–  ହାଫ ହାତ ଥିବା କୁର୍ତ୍ତା ୨୦୦ ଟଙ୍କାରେ ବିକ୍ରି ହେବା ସହ ଲମ୍ବା ହାତ ଥିବା କୁର୍ତ୍ତା ୨୫୦ ଟଙ୍କାରେ ମିଳୁଛି ।

– ଲକ୍ଷ୍ନୌର ଅନେକ ସିଲାଇ କେନ୍ଦ୍ର ଠାରୁ ଆଲୀଗଡ, ମଥୁରା, କାନପୁର, ଇହ୍ଲାବାଦ, ଗୋରଖପୁର, ମିରଟ, ଗାଜିଆବାଦ ଓ ଦିଲ୍ଲୀ ପର୍ଯ୍ୟନ୍ତ ବିକ୍ରି ହେଉଛି ‘ଯୋଗୀ କର୍ଟ କୁର୍ତ୍ତା’ । ଯୁବଗୋଷ୍ଠୀରେ ଏହି ପୋଷାକର ଚାହିଦା ବଢିବାରେ ଲାଗିଛି ।