ସୁପ୍ରିମକୋର୍ଟ ଗଲେ ଭାଲେଂଟାଇନ୍ ଗାର୍ଲ !

171

ସୁପ୍ରିମକୋର୍ଟ ଗଲେ ଭାଲେଂଟାଇନ୍ ଗାର୍ଲ । ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟିଯାଇଥିବା ପ୍ରିୟା ପ୍ରକାଶ ଭାରିଅର ତାଙ୍କ ବିରୋଧରେ ହୋଇଥିବା ମାମଲା ଖାରଜ ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି । ତାମିଲ ଫିଲ୍ମ ‘ଓରୁ ଆଧାର ଲଭ’ର ଏକ ଗୀତରେ ପ୍ରିୟାଙ୍କ ଭାବଭଙ୍ଗୀ ମୁସଲମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ମାମଲା ହୋଇଥିଲା ।

ସିନେମାର ଗୀତ ‘ମାଣିକ୍ୟ ମାଲରୟା ପୁଭି’ରେ ପ୍ରିୟାଙ୍କ ଆଖିମରା ଦୃଶ୍ୟ ସାରା ଦେଶରେ ଚହଳ ପକାଇଥିଲା । ଫିଲ୍ମ ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ପ୍ରିୟାଙ୍କ ଆଖିମରା ଅନ୍ଦାଜ । ଯୁବବର୍ଗଙ୍କୁ ଏହା ବେଶ ପସନ୍ଦ ଆସିଥିବାବେଳେ ମୁସଲମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା । ଏବେ ଏସବୁ ମାମଲା ଖାରଜ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ୟଙ୍ଗ ସେନସେସନ୍ ପ୍ରିୟା ପ୍ରକାଶ ଭାରିଅର ।