ଏଣିକି ରୋଗୀ ପଢିପାରିବା ଭଳି ଲେଖା ଲେଖିବା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ! ଶସ୍ତା ଜେନେରିକ ଔଷଧକୁ ଭୁଲି ଦାମୀ ଔଷଧ ଲେଖିବା ଉପରେ ଲାଗିଲା କଟକଣା

34

କନକ ବ୍ୟୁରୋ : ଏଣିକି ରୋଗୀ ପଢିପାରିବେ ଡାକ୍ତରଙ୍କ ଲେଖା । ସ୍ପଷ୍ଟ ଭାବରେ ପ୍ରେସ୍କ୍ରିପସନ ଲେଖିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ମେଡିକାଲ କାଉନସିଲ ଅଫ ଇଣ୍ଡିଆ । ରୋଗୀ ପଢି ପାରିବା ଭଳି ଲେଖା ନଲେଖିଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

ଏପରିକି ଡାକ୍ତରମାନେ ଜେନେରିକ ମେଡିସିନ ଲେଖିବାକୁ ତାଗିଦ କରାଯାଇଛି । ବ୍ରାଂଣ୍ଡ ନାଁ ଅନୁସାରେ କମ୍ପାନିର ଔଷଧ ନଲେଖି କେବଳ ଔଷଧର ମୂଳ ନାଁ ଲେଖିବାକୁ କୁହାଯାଇଛି । ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାର ଆଇନ ଆଣିବାକୁ ପ୍ରସ୍ତୁତି କରୁଥିବା କହିଥିଲେ ।