ଡିଏମକେ ସୁପ୍ରିମୋ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସିଲା ସୁଧାର : ଖୁବଶୀଘ୍ର ମେଡିକାଲରୁ ହେବେ ଡିସଚାର୍ଜ ବୋଲି କହିଲେ ଡାକ୍ତର

37

କନକ ବ୍ୟୁରୋ : ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି। ତାଙ୍କ ଝିଅ ତଥା ଡିଏମକେ ନେତ୍ରୀ କାନିମୋଝି ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି। ତେବେ ୯୪ ବର୍ଷୀୟ କରୁଣାନିଧିଙ୍କ କରୁଣାନିଧିଙ୍କ ମୂତ୍ର ସଂକ୍ରମଣ ଯୋଗୁ ଜ୍ୱରରେ ପୀଡ଼ିତ ହେବା ପରେ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। ଫଳରେ ତାଙ୍କୁ ଚେନ୍ନାଇର କାବେରୀ ମେଡିକାଲରେ  ଭର୍ତ୍ତି କରାଯାଇଥିଲା। ରାଜ୍ୟସଭା ସାଂସଦ କାନିମୋଝିଙ୍କ କହିବାନୁସାରେ କରୁଣାନିଧିଙ୍କ ରକ୍ତଚାପ ଶୁକ୍ରବାର ହଠାତ୍ ବଢ଼ିଯାଇଥିଲା। ଶନିବାର ସକାଳେ ତାଙ୍କ ରକ୍ତଚାପ ସ୍ତରରେ ସୁଧାର ଆସିଛି। ତେଣୁ ଖୁବଶୀଘ୍ର ତାଙ୍କୁ ମେଡିକାଲରେ  ମୁକ୍ତ କରାଯାଇପାରେ ବୋଲି ଆଶା ପ୍ରକାଶ ପାଇଛି। ଅନ୍ୟପକ୍ଷରେ କାବେରୀ ମେଡିକାଲରେ  କରୁଣାନିଧିଙ୍କ ସମର୍ଥକ ଓ ପ୍ରଶଂସକଙ୍କ ଭିଡ଼ ବଢ଼ିବାରେ ଲାଗିଛି।

 

ଫଳରେ ରୋଗୀଙ୍କ ଯାତାୟାତ କଷ୍ଟକର ହୋଇପଡ଼ିଛି। ସ୍ଥଳବିଶେଷରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ବି ସମ୍ମୁଖୀନ ହେଉଛନ୍ତି। ତାଙ୍କୁ ଦେଖିବା ପାଇଁ ଟିଟିକେ ରୋଡ୍ରୁ ମେଡିକାଲ ପର୍ଯ୍ୟନ୍ତ ଟ୍ରାଫିକ୍ ପରିସ୍ଥିତି ଉତ୍କଟ ହେବାରେ ଲାଗିଛି। ମେଡିକାଲ ପରିସରରେ ଭିଡ଼କୁ ନିୟନ୍ତ୍ରଣ କରିବା ସକାଶେ ୧୦ ଜଣ ଟ୍ରାଫିକ୍ ପୁଲିସ ନିୟୋଜିତ ହୋଇଛନ୍ତି। ତେବେ ପ୍ରବଳ ଭିଡ ଲାଗି ରହିଥିବାରୁ ଅନ୍ୟ ରୋଗାମାନେ ମେଡିକାଲ ମଧ୍ୟକୁ ପ୍ରବେଶ କରିବା ବେଳେ ଅନେକ ସମସ୍ୟା ଦେଖାଯାଇଛି । ଜାମ ହୋଇଥିବାରୁ ଅନେର ରୋଗୀ ଫେରିଯାଇଥିବା ସୂଚନା ମିଳିଛି । ମେଡିକାଲରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ହୋଇଥିବା ପୋଲିସ ମାନେ ଏତେ ପରିମାଣରେ ଆସୁଥିବା ଲୋକମାନଙ୍କୁ ସଠିକ ଭାବରେ ନିୟନ୍ତ୍ରଣ କରିପାରୁନାହାନ୍ତି । ତେଣୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ସାଧାରଣ ଲୋକ ଦାବି କରୁଥିବା ସୂଚନା ମିଲିଛି । ତେବେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ୧୧ ବର୍ଷୀୟ କ୍ୟାନସର ରୋଗୀଙ୍କ ମାଆ ଏସ୍ ସରସ୍ୱତୀଙ୍କ କହିବାନୁସାରେ ଭିଡ଼ ଯୋଗୁ ମେଡିକାଲରେ ପ୍ରବେଶ କରିବା ମୁସ୍କିଲ୍ ହୋଇପଡୁଛି।