ଏଣିକି ଅତି ସହଜରେ ବଦଳ କରିହେବ ଚିରା ଫଟା ନୋଟ ! ଜାଣନ୍ତୁ କେଉଁଠି ଏବଂ କିପରି ।

47

ପୂର୍ବରୁ ନିୟମ ଥିଲା ଚିରି ଯାଇଥିବା ଟଙ୍କା ପୁନର୍ବାର ବ୍ୟବହାର ଉପଯୋଗୀ ହୋଇପାରିବ ନାହିଁ । କିନ୍ତୁ ଏବେ ଏହି ସମସ୍ୟା ଦୁର କରିଛି ଆରବିଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଚିରା ଫଟା ନୋଟକୁ ବଦଳ କରିବା ପାଇଁ ଗାଇଡଲାଇନ ଜାରି କରିଛି । ଏହି ନିୟମ ଅନ୍ତର୍ଗତ, ଚିରା ଫଟା ନୋଟ ସମେତ ଅତି ପୁରୁଣା ହୋଇ ଖରାପ ହୋଇଯାଇଥିବା ନୋଟ ଗୁଡିକୁ ମଧ୍ୟ ବଦଳ କରିହେବ ।

ସୂଚନା ଅନୁଯାୟୀ, ଗାଇଡଲାଇନରେ ରିଜର୍ଭ ବ୍ୟାଙ୍କ ସଫା ସଫା ଲୋକମାନଙ୍କୁ ଅବଗତ କରାଇଦେଇଛି କି, ଯଦି କୌଣସି ନୋଟ ପାଣି, ଝାଳ କିମ୍ବା ଅନ୍ୟ କୌଣସି କାରଣରୁ ନୋଟ ଖରାପ ହୋଇଯାଇଛି କିନ୍ତୁ ସେଥିରୁ କୌଣସି ବିଶେଷ ଫିଚର ହଜି ନାହିଁ ସେ କ୍ଷେତ୍ରରେ ସରକାରୀ ଟ୍ୟାକ୍ସ, ସିବର ଟ୍ୟାକ୍ସ, ୱାଟର ଟ୍ୟାକ୍ସ, କରେଣ୍ଟ ବିଲ ଆଦିର ପେମେଣ୍ଟ କରାଯାଇ ପାରିବ । କେବଳ ସେତିକି ନୁହେଁ , ଆରବିଆଇର ୨୦୦୯ ନିୟମ ଅନୁଯାୟୀ ଯଦି କୌଣସି ନୋଟର ଅଧା ଅଂଶ ଚିରି ହଜିଯାଇଛି କିମ୍ବା ଗୋଟେ ନୋଟ ଫାଟିଯାଇ ୩-୪ ଖଣ୍ଡ ହୋଇଯାଇଛି ସେ କ୍ଷେତ୍ରରେ ମଧ୍ୟ ଯେକୌଣସି ବ୍ୟାଙ୍କ ଏହାକୁ ଗ୍ରହଣ କରିବ ।

କେଉଁ ନୋଟକୁ ବଦଳି କରିହେବ ନାହିଁ :

ଆରବିଆଇର ଏହି ନିୟମ ଅନୁସାରେ, ଯଦି କୌଣସି ନୋଟ ନିଆଁରେ ଜଳିଯାଇଛି ସେହି ନୋଟ ଗୁଡିକୁ ବ୍ୟାଙ୍କ ଗ୍ରହଣ କରିବ ନାହିଁ । ସ୍ଲୋଗାନ, ରାଜନୀତିକୁ ଆଧାର କରି କୌଣସି ତଥ୍ୟ କିମ୍ବା ଅନ୍ୟାନ୍ୟ କିଛି କଥା ଯଦି ନୋଟରେ ଲେଖା ହୋଇଥିବ ତେବେ ସେ କ୍ଷେତ୍ରରେ ବ୍ୟାଙ୍କ ନୋଟକୁ ଗ୍ରହଣ କରିବ ନାହିଁ । ନୋଟକୁ ଜାଣି ଶୁଣି ଚିରାଯାଇ ପାରିବ ନାହିଁ । ଯଦି କୌଣସି ବ୍ୟକ୍ତି ଜାଣିଶୁଣି ନୋଟକୁ ଚିରି ବ୍ୟାଙ୍କକୁ ବଦଳି କରିବାକୁ ଆଣେ କିମ୍ବା ଯଦି କୌଣସି ବ୍ୟକ୍ତି ଏକାଧିକ ନୋଟ ବଦଳି କରିବାକୁ ଆଣେ ତେବେ ତାଙ୍କ ବିରୁଦ୍ଧରେ ପୋଲିସରେ ମାମଲା ରୁଜୁ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।