ଅହମଦାବାଦର ନାମ କର୍ଣ୍ଣାବତୀ ରଖିବା ପାଇଁ ଇଚ୍ଛା ପ୍ରକାଶ କଲେ ଗୁଜରାଟ ସରକାର

90

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ଜିଲ୍ଲାର ନାମ ଅଯୋଧ୍ୟା ଘୋଷଣା କରିସାରିବାର କିଛି ଘଂଟା ପରେ ଗୁଜୁରାଟ ସରକାର ଅହମଦାବାଦର ନାମ କର୍ଣ୍ଣାବତୀ ରଖିବା ପାଇଁ ଚାହୁଁଛନ୍ତି । ଯଦି କୌଣସି ଆଇନଗତ ପ୍ରତିବନ୍ଧକ ନ ଉପୁଜେ ଅହମଦାବାଦର ନାମ ପରିବର୍ତ୍ତନ କରି କର୍ଣ୍ଣବତୀ ରଖିବାକୁ ଗୁଜରାଟ ସରକାର ମଙ୍ଗଳବାର ଦିନ ଇଚ୍ଛା ପ୍ରକାଶ କରିଛନ୍ତି ।

ଗାନ୍ଧୀନଗର ଠାରେ ସାମ୍ବାଦିକମାନଙ୍କୁ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍ କହିଛନ୍ତି, ଯଦି ଆଇନଗତ ପ୍ରତିବନ୍ଧକ ଏବଂ ଆବଶ୍ୟକ ସମର୍ଥନ ପାଇବେ, ବିଜେପି ସରକାର ଅହମଦାବାଦର ନାମ ପରିବର୍ତ୍ତନ କରିବାକୁ ଆଗ୍ରହୀ । ‘ଓ୍ଵାର୍ଲଡ୍ ହେରିଟେଜ୍’ ଟ୍ୟାଗ୍ ପ୍ରାପ୍ତ ଭାରତର ଏକମାତ୍ର ସହରର ନାମ ପରିବର୍ତ୍ତନ କରିବାକୁ ସରକାର ଚାହାନ୍ତି କି, ବୋଲି ପଚାରାଯିବାରୁ ସେ କହିଛନ୍ତି: ଅହମଦାବାଦର ନାଁ କର୍ଣ୍ଣବତୀ ହେବା ଉଚିତ ବୋଲି ଏବେ ମଧ୍ୟ ଲୋକେ ଅନୁଭବ କରୁଛନ୍ତି । ଯଦି ଆଇନଗତ ପ୍ରତିବନ୍ଧକ ଟପିବାକୁ ଆମେ ଆବଶ୍ୟକ ସମର୍ଥନ ପାଉ, ଆମେ ସହରର ନାମ ପରିବର୍ତ୍ତନ କରିବାକୁ ସଦା ତତ୍ପର ହୋଇ ରହିଛୁ । ୧୧ଶ ଶତାବ୍ଦୀରୁ ଲୋକେ ବସବାସ କରୁଥିବା ଅହମଦାବାଦର ଚାରିପାଖ ଅଞ୍ଚଳକୁ ଅଶଓ୍ଵାଲ୍ କୁହାଯାଉଥିଲା ।

ଅହ୍ନିଲ୍ଓ୍ଵାରାର (ଆଧୁନିକ ପାଟନା) ଚାଲୁକ୍ୟ ଶାସକ କର୍ଣ୍ଣ ଅଶଓ୍ଵାଲର ଭୀଲ୍ ରାଜାଙ୍କୁ ଯୁଦ୍ଧ୍ୟରେ ପରାଜିତ କରି ସାବରମତୀ ନଦୀକୂଳରେ କର୍ଣ୍ଣବତୀ ନଗରୀ ସ୍ଥାପନ କରିଥିଲେ । ୧୪୧୧ ମସିହାରେ ସୁଲ୍ତାନ୍ ଅହମଦ ଶାହା କର୍ଣ୍ଣାବତୀ ନିକଟରେ ଏକ ନୂତନ ପ୍ରାଚିର ଘେରା ନଗରୀ ସ୍ଥାପନ କରି ସେ ଅଞ୍ଚଳର ଅହମଦ୍ ନାମରେ ଥିବା ୪ ଜଣ ସନ୍ଥଙ୍କ ନାମାନୁସାରେ ଏହାର ନାମ ଅହମଦାବାଦ ରଖିଥିଲେ । ଠିକଣା ବେଳରେ ଆମେ ନାମ ପରିବର୍ତ୍ତନ କଥା ଚିନ୍ତା କରିବୁ ବୋଲି ପଟେଲ୍ କହିଛନ୍ତି ।