ବହି ପାଖରେ ରଖି ପରୀକ୍ଷା ଦେବେ ଛାତ୍ରଛାତ୍ରୀ ! ଜାଣନ୍ତୁ କେଉଁ ବିଭାଗର ଛାତ୍ରଛାତ୍ରୀଙ୍କୁ ମିଳିବ ଏଭଳି ସୁବିଧା ।

923

୨୦୧୯ ଠାରୁ ଇଂଜିନିୟରିଂ ଷ୍ଟୁଡେଣ୍ଟ୍ ଅଫ୍ ଦ ଅଲଇଣ୍ଡିଆ କାଉନ୍ସିଲ୍ ଅଫ୍ ଟେକ୍ନୋଲଜି ଏଜୁକେସନ୍ (ଇଓଉଞଋ) ମାନ୍ୟତା ମିଳିଥିବା ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀ ଓପନ୍ ବୁକ୍ ପରୀକ୍ଷା ଦେଇପାରିବେ । ବୋର୍ଡ ତରଫରୁ ପରୀକ୍ଷା ପଲିସିରେ ପରିବର୍ତ୍ତନ ଅଣାଯାଇଛି । ଏହା ପରଠାରୁ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ହଲରେ ବହିର ରେଫରେନ୍ସ ନେବାକୁ ଅନୁମତି ଦିଆଯିବ ।

ଏହି ପରିବର୍ତ୍ତନ ଭାରତର ଇଂଜିନିୟରିଂ ଶିକ୍ଷାର କ୍ୱାଲିଟିକୁ ଅଧିକ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ମ୍ୟାନେଜମେଣ୍ଟର କହିବା ଅନୁସାରେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ବିଷୟ ମନେରଖିବା ଅପେକ୍ଷା ବିବରଣୀକୁ କିଭଳି ଉନ୍ନତ ଉପାୟରେ ସାମ୍ନାକୁ ଆଣିପାରିବେ ଏହା ଉପରେ ଫୋକସ୍ କରିବା ଆବଶ୍ୟକତା ରହିଛି । ତେଣୁ ପରୀକ୍ଷା ହଲରେ ଓପନ୍ ବୁକ୍ ପରୀକ୍ଷାକୁ ଅନୁମତି ଦିଆଗଲା ।