ଅଧିକ ବିଜୁଳି ବିଲକୁ ନେଇ ଚିନ୍ତିତ କି ? ଏବେଠାରୁ ୬୦ ପ୍ରତିଶତ କମ୍ ହୋଇପାରେ ବିଲ୍

31

ଅଧିକ ବିଜୁଳି ବିଲ୍ ଦେଇ ହଇରାଣ ହେଉଥିବା ଲୋକଙ୍କ ପାଇଁ ବଡ଼ ଖବର । ଖୁବଶୀଘ୍ର ସୋଲାର ଡିସି ଜ୍ଞାନକୌଶଳ ଯୋଗୁଁ ଲୋକେ ସୁବିଧା ପାଇବେ । ଏହାଦ୍ୱାରା ଅଧିକ ବିଦ୍ୟୁତ ବିଲ ଦେଉଥିବା ଲୋକମାନେ ଚିନ୍ତାରୁ ମୁକ୍ତି ପାଇପାରନ୍ତି । ସୋଲାର ଡିସି ଜ୍ଞାନକୌଶଳ ବିକଶିତ ହେଲେ ବିଦ୍ୟୁତ ବିଲ ୬୦ ପ୍ରତିଶତ କମ୍ ହୋଇଯିବ । ଆଇଆଇଟି ମାଦ୍ରାସ ରିପୋର୍ଟ ଅନୁସାରେ, ଖୁବ ଶୀଘ୍ର ଏହାର ଉଦ୍ୟୋଗୀ ଉତ୍ପାଦନ ଆରମ୍ଭ ହେବ । ବର୍ତ୍ତମାନ ଏହି ଜ୍ଞାନକୌଶଳ  ପାଇଁ ରାଜସ୍ଥାନ ଓ ଆସାମର ପାଖାପାଖି ୧୦ ହଜାର ଲୋକଙ୍କ ଘରେ ଜଳୁଛି ଆଲୁଅ । ଏହାର ବିକାଶ ପାଇଁ କେତେକ କମ୍ପାନୀ କାମ ମଧ୍ୟ ଆରମ୍ଭ କରିଦେଲେଣି ।

ଆଇଆଇଟି ମାଦ୍ରାସାର ବର୍ଷ ବର୍ଷର କଠିନ ପରିଶ୍ରମ ପରେ ବିଦ୍ୟୁତ ଖର୍ଚ୍ଚ କମ୍ କରୁଥିବା ସୋଲାର ଡିସି ଜ୍ଞାନକୌଶଳର ବିକାଶ ସମ୍ଭବ ହୋଇପାରିଛି । ଏହି ଜ୍ଞାନକୌଶଳ ଅନୁସାରେ ସୋଲାର ପ୍ୟାନେଲକୁ ଡିସି (ଡାଇରେକ୍ଟ କରେଂଟ) ଜ୍ଞାନକୌଶଳ ଜରିଆରେ ଯୋଡ଼ାଯିବ । ଏହି ଜ୍ଞାନକୌଶଳ ଯୋଗୁଁ ସମସ୍ତ ଉପକରଣ ଯେପିର ବଲବ, ଟ୍ୟବୁଲାଇଟ୍, ପଙ୍ଖା ଆଦି ଡିସି ଜ୍ଞାନକୌଶଳର ହେବା ଦରକାର । ଅନେକ କମ୍ପାନୀ ଏହାର ବିକାଶ ପାଇଁ ମଧ୍ୟ କାମ ଆରମ୍ଭ କରିଦେଇଛନ୍ତି । ସୋଲାର ଡିସି ଜ୍ଞାନକୌଶଳ ବିକଶିତ କରୁଥିବା ମାଦ୍ରାସାର ଆଇଆଇଟି ଜଣେ ପ୍ରାଧ୍ୟାପକ କହିଛନ୍ତି, ଦୁଇ ବଖରା ଘର ପାଇଁ ଏକ କିଲୋୱାଟ ସୋଲାର ପ୍ୟାନଲ ହିଁ ଯଥେଷ୍ଟ । ସେହିପରି ୪ ବଖରା ଘର ପାଇଁ ଦୁଇ କିଲୋୱାଟ ପ୍ୟାନଲ ପର୍ଯ୍ୟାପ୍ତ । ଏଥିପାଇଁ ୮୦ ହଜାର ପାଖାପାଖି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ଟିଭି, ପଙ୍ଖା, ଫ୍ରିଜ, ଏସି, କମ୍ପ୍ୟୁଟର ଆଦି ସବୁ ଚାଲିବ ।

ସବୁଠାରୁ ଖାସ କଥା ହେଲା, ଏହି ଜ୍ଞାନକୌଶଳ ଭଳି ଏକ ଭିନ୍ନ ଇଲେକ୍ଟ୍ରି କନଭର୍ଟର ବି ବିକଶିତ କରାଯାଇଛି । ଏହାର ବ୍ୟବହାରରେ ୨୩୦ ଭୋଲ୍ଟର ଏସିକୁ ୪୮ ଭୋଲ୍ଟର ଡିସି କରେଂଟରେ ପରିଣତି କରିହେବ । ପ୍ରାଧ୍ୟାପକଙ୍କ କହିବାନୁସାରେ, ଏହି ଜ୍ଞାନକୌଶଳର ଉଦ୍ୟୋଗୀକରଣ ପାଇଁ ଦେଶର ବିଭିନ୍ନ ବୈଦୁତିକ କମ୍ପାନୀମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଖୁବ ଶୀଘ୍ର ଡିସି ଉପକରଣ ବଜାରରେ ଉପଲବ୍ଧ ହେବ । ମଧ୍ୟପ୍ରଦେଶ ସହ ଅନେକ ରାଜ୍ୟ ଏହାର ବିକଶିତ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରୋଫେସର ଝୁନଝୁନବାଲାଙ୍କ କହିବା ଅନୁଯାୟୀ, ଏହି ରାଜ୍ୟମାନେ ଆଇଆଇଟି ସହ ଯୋଗାଯୋଗ କରିସାରିଛନ୍ତି । ଅତୀ ଶିଘ୍ର ଏହି ଟେକ୍ନଲୋଜିର ସୁବିଧାକୁ ଲୋକମାନଙ୍କ ପାଖକୁ ଯୋଗାଇ ଦିଆଯିବ । ଆଗାମୀ ଦିନରେ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ଓଡିଶାର ଗୋଟିଏ ଗୋଟିଏ ଗାଁରେ ସି.ଏସ.ଆର ପାଣ୍ଠିର ସାହାଯ୍ୟରେ ଏହାର ବ୍ୟବହାର ହୋଇଛି ।