ଜନତାଙ୍କ ପାଇଁ ଖୋଲିଲା ସୁପ୍ରିମକୋର୍ଟର ଦ୍ୱାର ! ଏଣିକି ସାଧାରଣ ଲୋକ ବି ସର୍ବୋଚ୍ଚ ନ୍ୟାୟାଳୟ ଦେଖିପାରିବେ ।

93

ଦେଶର ସବୁଠାରୁ ବଡ ନ୍ୟାୟମଞ୍ଚ ସୁପ୍ରିମକୋର୍ଟ ଏବେ ସାଧାରଣ ଜନତାଙ୍କ ପାଇଁ ଖୋଲିଯାଇଛି । ଏବେ ଠାରୁ ସାଧାରଣ ଜନତା ମଧ୍ୟ ଏଠାକୁ ଆସି ସୁପ୍ରିମକୋର୍ଟ ବୁଲିପାରିବେ ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ଅଧିକ ଜାଣିପାରିବେ । ଖାସ୍ କଥା ହେଉଛି କି ଏହି ବ୍ୟବସ୍ଥା ନବନିର୍ବାଚିତ ମୁଖ୍ୟ ବିଚାରପତୀ (ସିଜିଆଇ) ରଞ୍ଜନ ଗୋଗୋଇଙ୍କ ପାଇଁ ସମ୍ଭବ ହୋଇପାରିଛି । ଏଥିପାଇଁ ସେ ସହ ଜଜଙ୍କ ସହ କଥାବାର୍ତ୍ତା ନକରି ଏହି ଫଇସଲା ନେଇଛନ୍ତି ।

ତେବେ ଏଥିପାଇଁ ସେ ସହ ଜଜଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ପ୍ରଥମେ ଏହା କେବଳ ଏକ ଖାସ୍ ବର୍ଗ ପାଇଁ ଖୋଲା ଯାଉଥିଲା କିନ୍ତୁ ଏବେ ଏହା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲାଯାଇଛି ଏହା କେବଳ ଶନିବାର ଗୋଟିଏ ଦିନ ପାଇଁ ଖୋଲାଯିବ । ଏଥିପାଇଁ ଲୋକଙ୍କୁ ପୁର୍ବରୁ ଅନଲାଇନ୍ ରେଜିଷ୍ଟ୍ରେସନ୍ ମଧ୍ୟ କରିବାକୁ ପଡିବ ।

ସାଧାରଣ ଲୋକେ ସୁପ୍ରିମକୋର୍ଟ ଭିତରେ କେଉଁ କେଉଁ ଜିନିଷ ବୁଲି ଦେଖିପାରିବେ ?

ସାଧାରଣ ଲୋକେ ସୁପ୍ରିମକୋର୍ଟ ଭିତରେ ଜଜଙ୍କ ଲାଇବ୍ରେରୀ ବୁଲି ଦେଖିପାରିବେ । ସେଠାରେ ଲୋକଙ୍କୁ ଶିକ୍ଷା ସମ୍ବନ୍ଧୀୟ ଫିଲ୍ମ ଦେଖିବାକୁ ଦିଆଯିବ । ଏହି ଟୁର୍ ଶନିବାର ୧୩ ନଭେମ୍ବରରେ ଆରମ୍ଭ କରାଯିବ । ଇଚ୍ଛୁକ ଲୋକଙ୍କୁ ଏଥିପାଇଁ ଆଡଭାନ୍ସ ବୁକିଙ୍ଗ୍ କରିବାକୁ ପଡିବ,ଯାହା ଇଣ୍ଟରନେଟ୍ ଜରିଆରେ କରିପାରିବେ । ଯେଉଁ ଶନିବାର ଜାତୀୟ ଛୁଟି ରହିଥିବ ଉକ୍ତଦିନ ଏହି ଟୁର୍ ବନ୍ଦ ରହିବ । ଲୋକଙ୍କୁ ସକାଳ ୧୦ ଟାରୁ ୧୧.୩୦ ପର୍ଯ୍ୟନ୍ତ ମଧ୍ୟରେ ହିଁ ବୁଲିବାକୁ ଅନୁମତି ମିଳିବ । ୨୦-୨୦ ଲୋକଙ୍କ ବ୍ୟାଚରେ ଲୋକମାନଙ୍କୁ କୋର୍ଟ ପରିସରରେ ବୁଲିବାକୁ ଅନୁମତି ମିଳିବ ।