ବିବାଦ ପରେ ବିବାହ ! ସଫଳତାର ଶୀର୍ଷରେ ଥାଇ ବଲିଉଡକୁ ବାଏ ବାଏ କରିଥିଲେ ଆମୀରଙ୍କ ଏହି ହଟ୍ ନାୟିକା

60

‘ଯୋ ଜିତା ୱହି ସିକନ୍ଦର’ ଏବଂ ‘ଦଲାଲ୍’ ଭଳି ସିନେମାରେ ଦମଦାର ଅଭିନୟ କରିଥିବା ଆୟେଶା ଜୁଲକାଙ୍କୁ କିଏ ଭୂଲି ପାରିବ । ଆୟେଶା ୯୦ଦଶକର ଟପ୍ ନାୟିକା ମାନଙ୍କ ମଧ୍ୟରୁ ଥିଲେ ଅନ୍ୟତମ । ୧୯୮୮ରେ ଆସିଥିବା ସିନେମା ‘କୈସେ କୈସେ ଲୋଗ’ରୁ ଆୟେଶା ନିଜର ସିନେମା କ୍ୟାରିୟର୍ ଆରମ୍ଭ କରିଥିଲେ । ତେବେ ସଫଳତାର ଶୀର୍ଷରେ ଥିବା ସମୟରେ ହିଁ ହଠାତ୍ ଆୟେଶା ବଲିଉଡକୁ ଅଲବିଦା କହିଥିଲେ । ହେଲେ ଆଜି କେଉଁଠି ଓ କେମିତି ଅଛନ୍ତି ଆମୀରଙ୍କ ଏହି ନାୟିକା କେହି ଜାଣି ନାହାଁନ୍ତି ।

୧୯୯୧ରେ ଆୟେଶା ତାଙ୍କର ପ୍ରଥମ ହିଟ୍ ସିନେମା ଦେଇଥିଲେ । ତାପରେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିଚାଲିଥିଲେ । ୧୯୯୨ରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ସହ ସିନେମା ଆସିଥିଲା ‘ଖିଲାଡି’ । ଏହି କେବଳ ସିନେମା ପରେ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।

ତେବେ ସିନେମା ‘ଦଲାଲ୍’ ର ସମୟରେ ଆୟେଶା ଏକ ବଡ ବିବାଦରେ ଫସି ଯାଇଥିଲେ । କାରଣ ଏହି ସିନେମାରେ ଅବିକଳ ଆୟେଶାଙ୍କ ପରି ଦେଖା ଯାଉଥିବା ଜଣେ ଅଭିନେତ୍ରୀଙ୍କୁ ନେଇ କିଛି ହଟ୍ ଏବଂ ବୋଲ୍ଡ ସିନ୍ କରାଯାଇଥିଲା । ଯାହା ତାଙ୍କ କ୍ୟାରିୟର୍ ଏବଂ ଛବି ଉପରେ ଅନେକ ପ୍ରଭାବ ପକାଇଥିଲା । ଏହି ବିବାଦ କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ହେଲେ ଏହା ପରେ ଆୟେଶାଙ୍କ କ୍ୟାରିୟର୍ ଧୀରେ ଧୀରେ ତଳକୁ ଖସିଥିଲା । ମିଡିଆ ରିପୋର୍ଟସ୍ ମୂତାବକ , ଭୁଲ୍ ନିର୍ଦ୍ଦେଶକ ବାଛିବା କାରଣରୁ ହିଁ ତାଙ୍କ କ୍ୟାରିୟର୍ ନୌକା ବୁଡି ଯାଇଥିଲା ।
ଏହି ବିବାଦ ପରେ ହଠାତ୍ ବଲିଉଡ ଛାଡି ୨୦୦୩ରେ କନଷ୍ଟ୍ରକସନ୍ ଟାଇକୁନ୍ ସମୀର୍ ବାସୁଙ୍କୁ ବିବାହ କରିଥିଲେ । ଏବେ ସେ ସ୍ୱାମୀଙ୍କୁ ବ୍ୟବସାୟରେ ସାହାଯ୍ୟ କରିବା ସହ ଆୟେଶାଙ୍କର ନିଜର ଏକ ସ୍ପା ଏବଂ କପଡା କମ୍ପାନୀ ମଧ୍ୟ ଅଛି । ଏବେ ସେ ଲାଇମ୍ ଲାଇଟରୁ ଦୁରେଇ ରହିବା ସହ ନିଜ ବୈବାହିକ ଜୀବନରେ ଖୁସି ମଧ୍ୟ ଅଛନ୍ତି ।