ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଟାର୍ଗେଟରେ ଓଡିଶା !

37

କନକ ବ୍ୟୁୁରୋ : ଏବେ ଟାର୍ଗେଟ୍ ଓଡିଶା । ଉତ୍ତରପ୍ରଦେଶ ପରେ ଓଡିଶାରେ ଦଳକୁ ସଫଳ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆସନ୍ତା ମାସରେ ୩ ଦିନିଆ ଓଡିଶା ଗସ୍ତରେ ଆସିବେ ଶାହା । ବୁଥ୍ ସ୍ତରରୁ ଦଳକୁ ସଂଗଠିତ ଓ ସୁଦୃଢ କରିବା ପାଇଁ ଏହି ଗସ୍ତରେ ଆସୁଥିବା ବିଧାୟକ ଦଳ ନେତା କେଭି ସିଂଦେଓ କହିଛନ୍ତି ।

ଅନ୍ୟପଟେ ପ୍ରତି ରାଜ୍ୟର ସ୍ଥିତି ଅଲଗା ଏବଂ ପ୍ରତିପକ୍ଷକୁ ମୁକାବିଲା କରିବା ପାଇଁ ବିଜେଡି ନିଜର ରଣନୀତି ପ୍ରସ୍ତୁତ କରିବ ବୋଲି ବିଜେଡି ମୁଖପାତ୍ର ସୂର୍ଯ୍ୟ ପାତ୍ର କହିଛନ୍ତି । କିନ୍ତୁ ଦଳର ସଂଗଠନ ନେଇ ଅଧିକ କାର୍ଯ୍ୟକ୍ରମର ଆବଶ୍ୟକତା ଥିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ।